fbpx

ଦୋହୋଲିଲା ଋଷ, ଋଷର ଦାଗେସ୍ତାନରେ ବଡଧରଣର ଆତଙ୍କବାଦୀ ଆକ୍ରମଣ

Advertisement

ଓଡିଶା ଭାସ୍କର: ଋଷିଆର ରାଜଧାନୀ ମସ୍କୋରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକ ଲୋକ ଗୁରୁତର ହୋଇଛନ୍ତି । ଗତକାଲି ଋଷିଆର ଦାଗେସ୍ତାନସ୍ଥିତ ଏକ ଧର୍ମାନୁଷ୍ଠାନରେ ଏହି ବଡଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ୫ ଜଣ ଆତଙ୍କବାଦୀ ଏହି ଆକ୍ରମଣ କରିଥିଲେ । ଯେଉଁଥିରେ ପ୍ରାୟ ୧୫ ଜଣ ପୁଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ତାହାସହ ଆହୁରି ୧୨ ଜଣ ପୁଲିସ ଅଧିକାରୀ ବି ଏଥିରେ ଆହତ ହୋଇଥିବାର ସୂଚନା ମିଳିଛି । ଦୀର୍ଘଦିନ ପରେ ସାରା ବିଶ୍ୱରେ ଏଭଳି ଏକ ବଡଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଦୃବୃତ୍ତମାନେ ଆକ୍ରମଣ ସହ କେହି କିଛି ନ ବୁଝିବା ପୂର୍ବରୁ ଧର୍ମାନୁଷ୍ଠାନରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ଋଷ –ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ସମୟରେ ଏଭଳି ଏକ ଆତଙ୍କବାଦୀ ଆକ୍ରମଣ ଖବର ଅନେକ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ କିଏ ଏହି ଆତଙ୍କବାଦୀ ଆକ୍ରମଣ କରିଛି ତାହା ଏବେ ବି ସ୍ପଷ୍ଟ ହୋଇ ପାରିନି ।

Get real time updates directly on you device, subscribe now.