fbpx

Breast Cancer ଇଞ୍ଜେକସନ ପ୍ରସ୍ତୁତ କଲା ଟାଟା ମେମୋରିଆଲ ହସ୍ପିଟାଲ! ଗୋଟିଏ ଡୋଜର ଦାମ୍ ମାତ୍ର ୩୦ ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ସ୍ତନ କର୍କଟ ମାମଲା ବଢ଼ିବାରେ ଲାଗିଛି । ମହିଳାମାନେ ଏଥିରେ ବେଶି ସଂକ୍ରମିତ ହୋଇଥାନ୍ତି । ବ୍ରେଷ୍ଟ କ୍ୟାନ୍ସର କାରଣରୁ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି । ମହିଳାଙ୍କୁ ଏହି ଭୟଙ୍କର କ୍ୟାନ୍ସରରୁ ବଞ୍ଚାଇବା ପାଇଁ ଟାଟା ମୋମୋରିଆଲ ହସ୍ପିଟାଲ ପକ୍ଷରୁ ଏକ ଇଞ୍ଜେକସନ ପ୍ରସ୍ତୁତ କରାଯାଇଛି । ମହିଳାଙ୍କୁ ସ୍ତନ କର୍କଟରୁ ବଞ୍ଚାଇବା କ୍ଷେତ୍ରରେ ଏହା ସୁଫଳ ଦେଉଥିବା ଜଣାପଡ଼ିଛି ।

ଉକ୍ତ ଇଞ୍ଜେକସନର ଏକ ଡୋଜ୍ ଦ୍ୱାରା ବ୍ରେଷ୍ଟ କ୍ୟାନ୍ସର ସେଲକୁ ରୋକିବା ସମ୍ଭବ ହେବ । ତେବେ ସବୁଠାରୁ ଖୁସିର କଥା ହେଉଛି ଏହି ଇଞ୍ଜେକସନର ଦାମ୍ ମାତ୍ର ୩୦ରୁ ୪୦ ଟଙ୍କା ମଧ୍ୟରେ ରହିଛି । ବ୍ରେଷ୍ଟ କ୍ୟାନ୍ସର ରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଥିବା ଦେଖାଯାଉଛି । ଗତ ୨୦୧୧ରେ ଟାଟା ମେମୋରିଆଲ ହସ୍ପିଟାଲ ପକ୍ଷରୁ ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ଏକ ନୂଆ ରିସର୍ଚ୍ଚ ଆରମ୍ଭ କରାଯାଇଥିଲା ।

ଏହି ଷ୍ଟଡିରେ ୧୧ଟି କ୍ୟାନ୍ସର କେନ୍ଦ୍ରର ୨୦ ଜଣ ଡାକ୍ତର ସାମିଲ ଥିଲେ । କେବଳ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲର ୧୦ ଜଣ ଡାକ୍ତର ରହିଥିଲେ । ଏହି ରିସର୍ଚ୍ଚର ଚିକିତ୍ସା ପ୍ରଣାଳୀକୁ ନେଇ ପାଖାପାଖି ୧୧ ବର୍ଷ ପର୍ଯ୍ୟନ୍ତ ଗବେଷଣା ଜାରି ରହିଥିଲା । ଏହି ଷ୍ଟଡି ପାଇଁ ୩୦ରୁ ୭୦ ବର୍ଷ ବୟସର ପାଖାପାଖି ୧୬୦୦ ମହିଳାଙ୍କୁ ବଛାଯାଇଥିଲା । ଅଧା ମହିଳାଙ୍କୁ ବ୍ରେଷ୍ଟ କ୍ୟାନ୍ସର ସର୍ଜରୀ ଓ ଅନ୍ୟମାନଙ୍କୁ ଇଞ୍ଜେକସନ ସର୍ଜରୀ କରାଯାଇଥିଲା । ପରେ ସମସ୍ତ ମହିଳାଙ୍କୁ ନିୟମିତ ଭାବେ ୬ ବର୍ଷ ପର୍ଯ୍ୟନ୍ତ ଫଲୋ କରାଯାଇଥିଲା । ତେବେ ଇଞ୍ଜେକସନ ଦ୍ୱାରା ୩୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ସୁଧାର ଆସିଥିଲା । ତେଣୁ ବ୍ରେଷ୍ଟ କ୍ୟାନ୍ସରକୁ ରୋକିବା କ୍ଷେତ୍ରରେ ଏହି ଇଞ୍ଜେକସନ ସଫଳ ହୋଇଥିବା ସ୍ପଷ୍ଟ ହୋଇଥିଲା ।

Get real time updates directly on you device, subscribe now.