ଶ୍ରୀମନ୍ଦିରରେ ଖୋଲିଲା ଶିଶୁ ସ୍ତନ୍ୟପାନ କେନ୍ଦ୍ର, ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଆରମ୍ଭ
ନିକଟରେ ଏନେଇ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଖୋଲିଲା ମାତୃ ଶିଶୁ ସ୍ତନ୍ୟପାନ କକ୍ଷ। ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଶ୍ରଦ୍ଧାଳୁ ମା’ ଓ ଶିଶୁଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି।
ନିକଟରେ ଏନେଇ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଏବେ ଛୋଟ ଶିଶୁଙ୍କ ନେଇ ଆସୁଥିବା ମା’ ଆଉ ପିଲାଙ୍କୁ ସ୍ତନ୍ୟପାନ କରାଇବାରେ ହଇରାଣ ହେବେନି।
ସେ ଆରାମ ସ୍ତନ୍ୟପାନ କକ୍ଷକୁ ଯାଇ ପିଲାଙ୍କୁ ଖାଇବାକୁ ଦେଇପାରିବେ।
କକ୍ଷର ରକ୍ଷଣାବେକ୍ଷଣ ପାଇଁ ଜଣେ ମହିଳା କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି।