90 ହଜାରରେ କନିଆଁ କିଣି ବାହା ହେଲେ, ତା ପରେ ଏମିତି ନାମ ନେଲେ

କନିଆଁ କିଣି ବାହା ହେବା ପଡିଲା ମହାଙ୍ଗା!

ଉତ୍ତରପ୍ରଦେଶ: କନିଆଁ କିଣି ବାହା ହେବା ପଡିଲା ମହାଙ୍ଗା! 2 ଦିନ ସ୍ୱାମୀ ସହ ରହି ତୃତୀୟ ଦିନ ମାରିଲେ ଛୁ। ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି।

ଏଠାରେ ଜଣେ ଯୁବକ 90 ହଜାର ଟଙ୍କା ଦେଇ କନିଆଁ କିଣି ବିବାହ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ କନ୍ୟା ତୃତୀୟ ଦିନରେ ହିଁ ଘରର ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ପଳାଇ ଗଲା।

ପରିବାର ଲୋକ କନ୍ୟାକୁ ଖୋଜିବାକୁ ଚେଷ୍ଟା କରିବା ସମୟରେ ତାଙ୍କ ଲୁଗା ଗାଁ ବାହାରେ ଗୋଟିଏ କ୍ଷେତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତା ପରେ ପୀଡିତ ବର ଥାନାରେ ଏହି ଘଟଣାକୁ ନେଇ ଅଭିଯୋଗ କରିଥିଲେ।

ଘଟଣାଟି ରଥ କୋତୱାଲି ଅଞ୍ଚଳର ବିଲରାଖ ଗାଁର, ଯେଉଁଠାରେ ଗାଁର ଦୟାରାମ ସାଇନି କିଛି ଲୋକଙ୍କ ପରାମର୍ଶରେ ତାଙ୍କ ପୁଅ ରାହୁଲଙ୍କୁ କାନପୁର ସହରର ରେଭନା ଗାଁର ଏକ ଝିଅ ସହିତ ବିବାହ କରାଇଥିଲେ।

ଉଭୟ ପରିବାରର ସମ୍ମତିରେ ତହସିଲରେ ବିବାହ ହୋଇଥିଲା। ବିବାହ ପରେ ଦୁଇଜଣ ଘରକୁ ଫେରିଥିଲେ। କିନ୍ତୁ ରାତିରେ କନ୍ୟା ସୁଯୋଗ ଦେଖି ବାହାରୁ କବାଟ ବନ୍ଦ କରି ପଳାଇ ଯାଇଥିଲେ।

ସକାଳେ ଯେତେବେଳେ ପରିବାର ଲୋକେ ଉଠିଲେ ସେମାନେ ଆଉ ବୋହୂକୁ ପାଇନଥିଲେ। ଘରେ ମଧ୍ୟ ଯେଉଁ ଅଳଙ୍କାର ଆଉ ଟଙ୍କା ଥିଲା ସେସବୁ ବି ନଥିଲା। ତା ପରେ ଘରଲୋକ ଗାଁରେ ଲାଗିଥିବା ସିସିଟିଭି କ୍ୟାମେରାରେ ଦେଖିଥିଲେ ଯେ, କନ୍ୟା ସବୁ ଟଙ୍କା ଏବଂ ଗହଣା ନେଇ ପଳାଇ ଯାଇଛି।

ଏହି ବିଷୟରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଁରେ ଲାଗିଥିବା ସିସିଟିଭି କ୍ୟାମେରା ସାହାଯ୍ୟରେ କନ୍ୟାକୁ ଖୋଜାଖୋଜି କରିଥିଲା, ତା’ପରେ ତାଙ୍କ ପୋଷାକ କିଛି ଦୂରରେ କ୍ଷେତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଡ୍ରୋନ୍ କ୍ୟାମେରା ସାହାର୍ଯ୍ୟରେ ମଧ୍ୟ କନ୍ୟାକୁ ଖୋଜା ଯାଇଥିଲା, କିନ୍ତୁ ସେ ମିଳି ନଥିଲା। ବର୍ତ୍ତମାନ ଏହି ମାମଲାର ତଦନ୍ତ କରାଯାଉଛି ଏବଂ କନ୍ୟାକୁ ଖୋଜା ଚାଲିଛି।