ଫଟୋସୁଟ୍ ପଡ଼ିଲା ମହଙ୍ଗା, କଲର ବମ୍ ବିସ୍ଫୋରଣରେ ଜଳିଗଲେ କନ୍ୟା
ଟ୍ରେଣ୍ଡରେ ଥିବା କଲର ବମ୍ ଜଣେ କନ୍ୟାଙ୍କ ପାଇଁ ବିପଦ ହୋଇଛି। ଫଟୋସୁଟ୍ ବେଳେ କଲର ବମ୍ ଫାଟି ଯୁବତୀଙ୍କ ପିଠି ସହ କେଶ ମଧ୍ୟ ଜଳିଯାଇଛି।
ନୂଆଦିଲ୍ଲୀ: ଏବେ ଟ୍ରେଣ୍ଡରେ ରହିଛି ବିବାହ ପୂର୍ବରୁ ଫଟୋସୁଟ୍। ବାହାଘର ଯେମିତି ହୋଉନା କାହିଁକି ଫଟୋସୁଟ୍ କିନ୍ତୁ ନିହାତି ହେବା ଆବଶ୍ୟକ। ସେଥିପାଇଁ ସାଜସଜ୍ଜା ବି ବେଶ ଆକର୍ଷଣୀୟ ହୋଉଛି। ଆଉ ଏବେ ତ କଲର ବମ୍ ସବୁଠି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ହେଲେ ଏବେ ସେହି କଲର ବମ୍ ଜଣେ କନ୍ୟାଙ୍କୁ ବିପଦରେ ପକାଇଛି। ଫଟୋସୁଟ୍ ବେଳେ କଲର ବମ୍ ଫାଟି କନ୍ୟା ଜଳିଯାଇଛନ୍ତି।
ପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କଲର ବମ୍ ଫାଟିବା ଦ୍ୱାରା କନ୍ୟା ଜଣଙ୍କର ମୁଣ୍ଡର କେଶ ପୋଡି ଯାଇଛି। ଏବଂ ପିଠି ପଛପଟ ମଧ୍ୟ ଅତି ଗଭୀର ଭାବରେ ପୋଡି ଯାଇଛି। ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସବୁଠି ଚର୍ଚ୍ଚା ବଢୁଛି।
ଫଟୋସୁଟ୍: ବାହାଘର ପୂର୍ବରୁ ଫଟୋସୁଟ୍ ଏବେ ଟ୍ରେଣ୍ଡରେ ରହିଛି। ବାହାଘରକୁ ଅଧିକ ସ୍ମରଣୀୟ କରିବା ପାଇଁ ଲୋକମାନେ ଅନେକ ପ୍ରକାର କାର୍ଯ୍ୟକ୍ରମ କରୁଛନ୍ତି। କାନାଡାରୁ ଭାରତ ଆସିଥିବା ଏକ ଦମ୍ପତି ମଧ୍ୟ ସେମାନଙ୍କର ବିବାହ ଫଟୋସୁଟ୍କୁ ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରିଥିଲେ।
ଏବଂ ଫଟୋସୁଟ୍ ପାଇଁ ସମସ୍ତ ପ୍ରକାର ଆୟୋଜନ ମଧ୍ୟ ସରିଥିଲା। ଫଟୋସୁଟ୍ ବି ଆରମ୍ଭ ହୋଇଯାଇଥିଲା। ହେଲେ ଏହି ଫଟୋସୁଟ୍ କନ୍ୟାଙ୍କ ଉପରେ ମହଙ୍ଗା ପଡିଗଲା। ଫଟୋସୁଟ୍ ବେଳେ କନ୍ୟା ଜଣଙ୍କ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ।
କଲର ବମ୍: ତେବେ ଘଟଣାଟି ହେଉଛି ଆଜିକାଲି ଯେକୌଣସି ଶୁଭ କାର୍ଯ୍ୟରେ କଲର ବମକୁ ମୁଖ୍ୟତଃ ଅଧିକ ପ୍ରାୟୋରିଟି ଦିଆଯାଉଛି। ଠିକ୍ ସେହିପରି ଏହି ଦମ୍ପତ୍ତି ମଧ୍ୟ ଫଟୋସୁଟରେ କଲର ବମର ବ୍ୟବହାର ବି କରିଥିଲେ।
ବର ତାଙ୍କ କନ୍ୟାକୁ କୋଳରେ ଧରି ତାଙ୍କର ଫଟୋ ଉଠାଉଥିଲେ ଏବଂ ସେହି ସମୟରେ କଲର ବମ୍ ବିସ୍ଫୋରଣ କରିଥିଲା। ଉଠାଉଥିଲେ ଏବଂ ସେହି ସମୟରେ ରଙ୍ଗ ବୋମା ବିସ୍ଫୋରଣ ହୋଇଥିଲା। ହେଲେ ଏହା ସିଧା କନ୍ୟାଙ୍କ ପାଖରେ ବିସ୍ଫୋରଣ ହୋଇଥିଲା।
ବିସ୍ଫୋରଣ ଯୋଗୁଁ କନ୍ୟାଙ୍କ ପିଠି ପୋଡ଼ି ଯାଇଥିଲା ଏବଂ ତାଙ୍କ କେଶ ମଧ୍ୟ ପୋଡ଼ି ଯାଇଥିଲା। ଏହି ଦୁର୍ଘଟଣା ପରେ ଦମ୍ପତିଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକମାନେ ରଙ୍ଗ ବୋମା ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି।