ପାର୍ଲରୁ ପ୍ରେମିକ ସହ କନିଆଁ ଫେରାର, ଇଜ୍ଜତ ବଞ୍ଚାଇବାକୁ ଝିଅକୁ ମାରିଦେଲେ ପରିବାର, ଖବର ଶୁଣି ବର ହୋଇଗଲା…

ବାହାଘର ଦିନ ବୟଫ୍ରେଣ୍ଡ ସହ ବୋହୂ ହୋଇଗଲା ଫେରାର।୧୪ ଅପ୍ରିଲରେ ଘଟିଛି ଏହି ଘଟଣା। ଘରେ ଚାଲିଥିଲା ବାହାଘର ପ୍ରସ୍ତୁତି।

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମେରଠରେ ଫେରାର ହୋଇଗଲା ବୋହୂ। ବାହାଘର ଦିନ ବୟଫ୍ରେଣ୍ଡ ସହ ବୋହୂ ହୋଇଗଲା ଫେରାର।

ବାହାଘର ଦିନ କିଛି ଘଣ୍ଟା ପୂର୍ବରୁ ବୋହୂ ମାରିଛି ଚମ୍ପଟ। ୧୪ ଅପ୍ରିଲରେ ଘଟିଛି ଏହି ଘଟଣା। ଘରେ ଚାଲିଥିଲା ବାହାଘର ପ୍ରସ୍ତୁତି। ଅତିଥିମାନେ ମଧ୍ୟ ଘରେ ଥିଲେ। ମଣ୍ଡପ ମଧ୍ୟ ପ୍ରସ୍ତୁତ ଥିଲା।

ଝିଅ ବିବାହ ପୂର୍ବରୁ ସଜେଇ ହେବାକୁ ପାର୍ଲର ଯାଇଥିଲେ। ଏହାପରେ ଆଉ ଘରକୁ ଫେରିଲେନି। ସମ୍ପର୍କୀୟ ପ୍ରଥମେ ଝିଅକୁ ଖୋଜିବାକୁ ଚେଷ୍ଟା କଲେ। ହେଲେ କିଛି ସନ୍ଧାନ ମିଳିନଥିଲା।ବର ଯେତେବେଳେ ଆସି ଘରେ ପହଞ୍ଚିଥିଲା, ବର ପକ୍ଷକୁ ଝିଅ ଘର ଲୋକ ଏକ ସାଂଘାତିକ ମିଛ କହିଥିଲେ। କହିଥିଲେ ଝିଅର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।

ଏହି ଖବର ଜାଣିବା ପରେ ବର ମଧ୍ୟ ଚମକି ପଡ଼ିଥିଲା। ବରର ଶରୀର ମଧ୍ୟ ଖରାପ ହୋଇଗଲା। ଯେତେବେଳେ ବର ଘର ଲୋକ ଝିଅ ଘରେ ପହଞ୍ଚିଥିଲେ ସେତେବେଳେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ଝିଅ ପ୍ରେମିକ ସହିତ ଫେରାର ମାରିଥିଲା।

ଘଟଣା ପରେ ଝିଅର ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦୁଇ ଜଣ ଯୁବକ ତାଙ୍କ ଝିଅକୁୂ ନେଇଯାଇଥିବା ଅଭିଯୋଗ ମଧ୍ୟ କରିଥିଲେ। ସମ୍ପର୍କୀୟ କହିଥିଲେ ଅଭିଯୁକ୍ତ ନିଶା କାରବାର କରେ ତାଙ୍କୁ ଝିଅର ସୁରକ୍ଷାକୁ ନେଇ ଚିନ୍ତା ହେଉଛି।

ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବାରେ ଛାନଭିନ ଚଳାଇଛି। ଖୁବଶୀଘ୍ର ମାମଲାର ପ୍ରକୃତ ଘଟଣା ସାମ୍ନାକୁ ଆସିବ।