fbpx

କାଳିଆ ବରକୁ ଦେଖି ବଦଳିଲା ମୁଡ୍: ମୁଁ ବାହାହେବିନି କହି ବେଦିରୁ ଉଠିଲା କନିଆ….

ନୂଆଦିଲ୍ଲୀ: ବରର କଳା ରଙ୍ଗ ଦେଖି ବିବାହ ପାଇଁ ମନା କରିଦେଲା କନିଆ। ବଧୂଙ୍କର ଏହି ପଦକ୍ଷେପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରପ୍ରଦେଶର ଇଟୱା ଜିଲ୍ଲା ଅନ୍ତର୍ଗତ ଭର୍ଥନା ଅଞ୍ଚଳରେ ଦେଖିବାକୁ ମିଳିଛି। ଭର୍ଥନା ଅଞ୍ଚଳର ନିବାସୀ ବଳରାମ ଯାଦବଙ୍କ ଝିଅ ନୀତୁଙ୍କ ବିବାହ ଉସରାହିର ଅଞ୍ଚଳରରେ ରହୁଥିବା ରବି ଯାଦବଙ୍କ ସହ ସ୍ଥିର ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ବରଯାତ୍ରୀ ଗତ ବୁଧବାର ସନ୍ଧ୍ୟା ସମୟରେ ଝିଅ ଘରେ ଉପସ୍ଥିତ ହୋଇ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। କିନ୍ତୁ ମଣ୍ଡପରେ ହିଁ ନୀତୁ ବିବାହ କରିବା ପାଇଁ ମନା କରି ଦେଇଥିଲେ।

ନୀତୁ ବିବାହ ପାଇଁ ମନା କରିବାର କାରଣ ହେଉଛି ବରର ରଙ୍ଗ କଳା। ବିବାହ ବେଦୀରେ ହିଁ ଯୁବତୀଙ୍କ ପ୍ରତ୍ୟାଖାନରେ ବରଯାତ୍ରୀ ବିନା ବଧୂରେ ଫେରି ଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବରପକ୍ଷ ପହଞ୍ଚିବା ପରେ ଯୁବତୀଙ୍କ ପକ୍ଷରୁ ଅତିଥି ସତ୍କାର କରା ଯାଇଥିଲା। ବର ବିବାହ ପାଇଁ ମଣ୍ଡପରେ ପହଞ୍ଚିବା ପରେ ବଧୁ ମଧ୍ୟ ମଣ୍ଡପକୁ ଆସିଥିଲା। କିନ୍ତୁ ଫେରା ନେବା ସମୟରେ ୨ ଫେରା ପରେ ହିଁ ଯୁବତୀ ବାହା ହେବା ପାଇଁ ମନା କରି ମଣ୍ଡପରୁ ଉଠି ଚାଲି ଆସିଥିଲେ।

ବରିଷ୍ଠ ବ୍ୟକ୍ତିମାନେ ଯୁବତୀଙ୍କ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ବାହା ହେବା ପାଇଁ ଆଦୌ ରାଜି ହୋଇ ନଥିଲେ। ନୀତୁଙ୍କ ପାଇଁ ଆସିଥିବା ବର ଫଟୋରେ ଅନ୍ୟ ଜଣଙ୍କ ପ୍ରତିଛବି ଥିବାବେଳେ ବିବାହ ପାଇଁ ଆସିଥିବା ବର ଅନ୍ୟ ଜଣେ ବୋଲି ନୀତୁଙ୍କ ମା’ ମୀନା ଦେବୀ କହିଛନ୍ତି। ଏହି କାରଣରୁ ନୀତୁ ବିବାହ ପାଇଁ ମନା କରି ଦେଇଥିବା ଜଣା ପଡ଼ିଛି। ନୀତୁଙ୍କ କହିବା ଅନୁସାରେ ଫଟୋରେ ଥିବା ବରର ରଙ୍ଗ ସଫା ହୋଇଥିବା ବେଳେ ବାହାଘର ପାଇଁ ଆସିଥିବା ବରର ରଙ୍ଗ କଳା ହୋଇଥିବାରୁ ସେ ବିବାହ ପାଇଁ ମନା କରିଛନ୍ତି। ତେବେ ବାହାଘର ହୋଇନଥିବା ବେଳେ ବର ପକ୍ଷରୁ ଦିଆ ଯାଇଥିବା ସମସ୍ତ ସୁନା ଅଳଙ୍କାର ନୀତୁଙ୍କ ପାଖରେ ହିଁ ରହି ଯାଇଥିବାରୁ ବରର ବାପା ନିକଟସ୍ଥ ଥାନାରେ ଏକ ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.