fbpx

ନିର୍ଜଳା ଏକାଦଶୀ ଦିନ ଘରକୁ ଆଣନ୍ତୁ ଏହି ଜିନିଷ, ବର୍ଷିବ ଶ୍ରୀ ହରି ଏବଂ ମାତା ଲକ୍ଷ୍ମୀଙ୍କ କୃପା

Advertisement

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଏକାଦଶୀ ତିଥିକୁ ଗୁରୁତ୍ୱପୂର୍ଣ୍ଣ ବିବେଚିତ କରାଯାଇଛି । ଏକାଦଶୀ ତିଥି ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ସମର୍ପିତ । ପ୍ରତ୍ୟେକ ମାସରେ ଦୁଇଟି ଏକାଦଶୀ ପଡ଼ିଥାଏ ଗୋଟିଏ ଶୁକ୍ଳ ପକ୍ଷର ଏବଂ ଅନ୍ୟଟି କୃଷ୍ଣ ପକ୍ଷର । ସେହିପରି ବାର୍ଷିକ ୨୪ଟି ଏକାଦଶୀରୁ ନିର୍ଜଳା ଏକାଦଶୀ ହେଉଛି ସବୁଠାରୁ ବଡ଼ ଏକାଦଶୀ ଏବଂ ମହତ୍ୱପୂର୍ଣ୍ଣ ମଧ୍ୟ । ଏହି ଏକାଦଶୀ ସବୁଠାରୁ କଠିନ ଏକାଦଶୀ ଅଟେ । ଏହି ଦିନ ସ୍ୱଚ୍ଛ ମନରେ ପୂରା ବିଧି ବିଧାନ ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ସହ ମାତା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

ଆଜି ହେଉଛି ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥି (ନିର୍ଜଳା ଏକାଦଶୀ) । ବର୍ଷର ସମସ୍ତ ଏକାଦଶୀର ଫଳ(ଧର୍ମ, ଅର୍ଥ, କାମ ଓ ମୋକ୍ଷ ୪ଟି ପୁରୁଷାର୍ଥ) ଏହି ଗୋଟିଏ ଏକାଦଶୀରେ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆସନ୍ତୁ ଜାଣିବା ନିର୍ଜଳା ଏକାଦଶୀ ଦିନ ଘରକୁ କେଉଁ ଜିନିଷ ଆଣିବା ଶୁଭ ଫଳ ଦେଇଥାଏ ।

୧. କାମଧେନୁ ଗାଈ ଫୋଟୋ: ନିର୍ଜଳା ଏକାଦଶୀ ଦିନ ଘରେ କାମଧେନୁ ଗାଈର ଫୋଟୋ ଆଣିବା ଅତ୍ୟନ୍ତ ଶୁଭ ବିବେଚିତ କରାଯାଇଛି । ଏହା ଦ୍ୱାରା ଘରର ସୁଖ, ସମୃଦ୍ଧି, ଶାନ୍ତି, ଧନ ଓ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ।

୨. ତୁଳସୀ ଚାରା: ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅତି ପ୍ରିୟ । ତେଣୁ ଏହି ଦିନ ତୁଳସୀ ଚାରା ଲଗାଇବା ଦ୍ୱାରା ଘରର ସମସ୍ତ ନକାରତ୍ମକ ଶକ୍ତି ଦୂରେଇଥାଏ ।

୩. ମୟୂର ପୁଚ୍ଛ: ଶ୍ରୀ ହରି ବିଷ୍ଣୁଙ୍କୁ ମୟୂର ପୁଚ୍ଛ ମଧ୍ୟ ପ୍ରିୟ ଅଟେ । ନିର୍ଜଳା ଏକାଦଶୀ ଦିନ ୩ଟି ମୟୁର ପୂଚ୍ଛ ଘରକୁ ଆଣନ୍ତୁ । ଏହା ଦ୍ୱାରା ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ ।

୪. ମୋତି ଶଙ୍ଖ: ନିର୍ଜଳା ଏକାଦଶୀ ଦିନ ଘରକୁ ମୋତି ଶଙ୍ଖ ଆଣିବା ଶୁଭ ଫଳ ଦେଇଥାଏ । ଏହା ଦ୍ୱାରା ଘରର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।

୫. ହଳଦିଆ କଉଡ଼ି: ନିର୍ଜଳା ଏକାଦଶୀ ଦିନ ହଳଦିଆ କଉଡ଼ି ଘରକୁ ଆଣିପାରିବେ । ଏହାକୁ ଏକ ନାଲି କପଡ଼ାରେ ବାନ୍ଧି ତିଜୋରୀରେ ରଖନ୍ତୁ । ଏହା ଘରେ ସମୃଦ୍ଧି ଆଣି ଥାଏ ।

Get real time updates directly on you device, subscribe now.