fbpx

ଉଦ୍ଧବଙ୍କ ପରି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମଦଶା ? ଦଳରେ ବିଦ୍ରୋହ, ଇସ୍ତଫା ଦେଲେଣି ୪୦ ମନ୍ତ୍ରୀ

ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ମହାରାଷ୍ଟ୍ରରେ ଯେମିତି ରାଜନୈତିକ ସ୍ଥିତି ଉପୁଜିଥିଲା ଏବେ ଏହାର ଦୃଶ୍ୟ ବ୍ରିଟେନରେ ମଧ୍ୟ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରଙ୍କ ପରି ସମ ଦଶା ଭୋଗିବାକୁ ଯାଉଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଉଦ୍ଧବଙ୍କ ପରି ଜନସନଙ୍କ ବିରୋଧରେ ପାର୍ଟିରେ ବିଦ୍ରୋହ ଆରମ୍ଭ ହୋଇ ଯାଇଛି। ଏ ପର‌୍ୟ୍ୟନ୍ତ ଚାରି କ୍ୟାବିନେଟ୍ ମନ୍ତ୍ରୀ ସମେତ ୪୦ରୁ ଅଧିକ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଉଦ୍ଧବ ସରକାରଙ୍କ ପରି ସଙ୍କଟ ଏବେ ବୋରିସ ଜନସନଙ୍କ ସରକାର ଉପରେ ମାଡି ଆସିଛି।

ଏହାର ଆରମ୍ଭ ଅର୍ଥ ମନ୍ତ୍ରୀ ଋଷି ସୁନକ ଏବଂ ସ୍ଵାସ୍ଥ୍ୟ ମନ୍ତ୍ରୀ ସାଜିଦ ଓ୍ଵାଜିଦଙ୍କ ଇସ୍ତଫାରୁ ହୋଇଛି। ଦୁଇ ମନ୍ତ୍ରୀ ଜୁଲାଇ ୫ରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେମାନଙ୍କ କହିବା କଥା ବୋରିସ ଜନସନଙ୍କ ନେତୃତ୍ଵ ପ୍ରତି ତାଙ୍କର ଭରସା ନାହିଁ। ଋଷି ସୁନକ ନିଜ ଇସ୍ତଫାରେ କହିଥିଲେ, ଲୋକେ ସରକାରଙ୍କଠୁ ଭଲ କାମ ଆଶା କରନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ ସାଜିଦ ଓ୍ଵାଜିଦ କହିଥିଲେ, ସରକାର ରାଷ୍ଟ୍ର ହିତରେ କାମ କରୁ ନାହାନ୍ତି। ଉଭୟ ଏହି ଇସ୍ତଫା ବୋରିସ ଜନସନଙ୍କ କ୍ଷମା ମାଗିବା ପରେ ଦେଇଛନ୍ତି। ହେଲେ ଉଭୟ ଏବେ ମଧ୍ୟ ସରକାରରେ ରହିଛନ୍ତି।

ନିଜର କଞ୍ଜରଭେଟିଭ ପାର୍ଟିରେ ବିଦ୍ରୋହ ହେବା ପରେ ବୋରିସ ଜନସନଙ୍କ ଉପରେ ଇସ୍ତଫାର ଦାବି ବଢିବାରେ ଲାଗିଛି। ବିରୋଧୀ ଦଳ ମଧ୍ୟ ତାଙ୍କଠୁ ଇସ୍ତଫା ଦାବି କରିଛନ୍ତି। ଏହା ପରେ ମଧ୍ୟ ଜନସନ ଇସ୍ତଫା ଦେବା ମୁଡରେ ନାହାନ୍ତି। ଜନସନଙ୍କ କହିବା କଥା ତାଙ୍କୁ ଭୋଟର ଚୟନ କରିଥିଲେ।
ବ୍ରିଟେନର ରାଜନୀତି ଆଗକୁ କେଉଁ ଦିଗକୁ ଯାଉଛି ? ଯେଉଁଭଳି ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ବାସଭବନ ଛାଡିବାକୁ ପଡିଥିଲା, ଠିକ୍ ସେହିପରି ବୋରିସ ଜନସନଙ୍କୁ ମଧ୍ୟ ୧୦ ଡାଉନିଙ୍ଗ ଷ୍ଟ୍ରିଟ(ପ୍ରଧାନମନ୍ତ୍ରୀ) ବାସଭବନ ଛାଡିବାକୁ ପଡିବ ? କୁହାଯାଉଛି ମନ୍ତ୍ରୀଙ୍କ ଇସ୍ତଫା ପର୍ବ ଥମିବାର ନାହିଁ।

ଅନେକ ମନ୍ତ୍ରୀ ସାଂସଦ ଋଷି ସୁନକଙ୍କ ରାସ୍ତାରେ ଯିବାକୁ ପ୍ରସ୍ତୁତ ହେଲେଣି। ଏମିତି ହେଲେ ଜନସନଙ୍କ ମୁସ୍କିଲ ଆହୁରି ବଢିପାରେ। ଯେଉଁଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କୁ ନିଜ ପାର୍ଟିରେ ଭୋଟିଂର ସାମ୍ନା କରିବାକୁ ପଡିଥିଲା, ଠିକ୍ ସେହିପରି ଜନସନଙ୍କୁ ମଧ୍ୟ ସାମ୍ନା କରିବାକୁ ପଡିପାରେ। ହେଲେ ଥେରେସା ଭୋଟିଂରେ ବିଜୟୀ ହୋଇଥିଲେ।

 

 

Get real time updates directly on you device, subscribe now.