fbpx

ଯବାନଙ୍କ ସାହାସିକତାର ମିଛ କାହାଣୀ: ମିଳିଥିବା ମେଡାଲକୁ…

ନୂଆଦିଲ୍ଲୀ: ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ଓ ଦେଶବାସୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିଥାନ୍ତି । ଖରା, ବର୍ଷା ଓ ଶୀତ କାହାକୁ ସେମାନଙ୍କର ଖାତିର ନଥାଏ । ତେବେ ପ୍ରତ୍ୟେକ ଦେଶର ଯବାନମାନଙ୍କର ଏପରି ସାହାସିକତା ପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନୀତ କରାଯାଇଥାଏ । ଏପରି ଜଣେ ଯବାନ ଅଛନ୍ତି ଯିଏ ନିଜ ସାହାସିକତାର ମିଛ କାହାଣୀ କହିଛନ୍ତି । କେବଳ ମିଛ କାହାଣୀ କହିଛନ୍ତି ତାହା ନୁହେଁ, ବରଂ ଏପରି କହି ସେ ମେଡାଲ ମଧ୍ୟ ନିଜ ନାଁ ରେ କରିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି ଯବାନ ଓ ସେ ଏପରି କହିବା ପଛର କଣ ରହିଛି କାରଣ ।

ବ୍ରିଟିଶ୍ ଆର୍ମିମାନଙ୍କ ପାଇଁ ଭିକ୍ଟୋରିଆ ପଦକ ପରେ ବିଶିଷ୍ଟ ବୀରତ୍ୱ ପଦକ ହେଉଛି ଦ୍ୱିତୀୟ ସର୍ବୋଚ୍ଚ ବୀରତ୍ୱ ପଦକ । ତେବେ ଏହି ପଦକକୁ ଜଣେ ବ୍ରିଟିଶ ଯବାନ ସାହାସିକତାର ମିଛ କାହାଣୀ କହି ନିଜ ନାମରେ କରାଇ ନେଇଥିବା ଅଭିଯୋଗ ହୋଇଛି । ଏଥି ସହିତ ସେ ଏହି ମେଡାଲକୁ ସେ ୧.୩୪ କୋଟିରେ ବିକ୍ରି କରିଛନ୍ତି । ତେବେ ବ୍ରିଟେନର ଏହି ଯବାନ ଜଣକଙ୍କ ନାମ ହେଉଛି ସାର୍ଜେଟ୍ ଡିକନ କଟରହୋମ । ଯାହାଙ୍କୁ ବିଶିଷ୍ଟ ବୀରତ୍ୱ ମେଡାଲ ଦେଇ ସମ୍ମାନୀତ କରାଯାଇଥିଲା ।

ଡିକନ କଟରହୋମଙ୍କୁ ଏହି ବୀରତ୍ୱ ପୁରସ୍କାର ଦେବାର କାରଣ ହେଉଛି, ସେ କହିଥିଲେ ୨୦୧୧ ମସିହାରେ ତାଲିବାନରେ ହ୍ୟାଣ୍ଡ ଗ୍ରାନାଇଟ ହାତରେ ଧରି ତାଙ୍କ ସହେଯାଗୀଙ୍କ ଠାରୁ ସେ ଦୂରରେ ଫୋପାଡି ଦେଇଥିଲେ । ତେଣୁ ସେତେବେଳେ ତାଙ୍କର ଏହି ସାହାସିକତା ପୂର୍ଣ୍ଣ କାର୍ଯ୍ୟ ପାଇଁ ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଥିଲା । ସେଥିପାଇଁ ତାଙ୍କୁ ବିଶିଷ୍ଟ ବୀରତ୍ୱ ମେଡାଲ ମିଳିଥିଲା । ତେବେ ପ୍ରକୃତରେ ଏପରି କିଛି ହୋଇ ନଥିବା ତାଙ୍କ ସହେଯାଗୀମାନେ ଜୋର ଦେଇ କହିଥିଲେ । ସେମାନେ କହିଥିଲେ ଏହି ବୀରତ୍ୱ ମେଡଲକୁ ହାସଲ କରିବା ପାଇଁ ସାର୍ଜେଟ୍ ଡିକନ କଟରହୋମ ସାହାସିକତାର ମିଛ କାହାଣୀ କହିଛନ୍ତି ।

ଅନ୍ୟପକ୍ଷେ ସାର୍ଜେଟ୍ ଡିକନ କଟରହୋମ ନିଜେ ସ୍ୱୀକାର କରିଛନ୍ତି ଯେ ସେ ଏହି ସାହାସିକତା କାର୍ଯ୍ୟ କରିବା ସମୟରେ ତାଙ୍କୁ କେହି ଦେଖି ନଥିଲେ । କାରଣ ସେ କହିଛନ୍ତି ଯେତେବେଳେ ସେ ଗ୍ରାନାଇଟକୁ ଦେଖିଲେ କିଛି ନଭାବି ନବୁଝି ଗ୍ରାନାଇଟ ଉପରକୁ ଡେଇଁ ପଡିଥିଲେ ଓ ତାଙ୍କର ସାଥୀଙ୍କ ଠାରୁ ବହୁ ଦୂରକୁ ନେଇ ଯାଇଥିଲେ । ଏହି ଘଟଣା ସମ୍ନାକୁ ଆସିବା ପରେ ମିଲିଟାରୀ ପୋଲିସ୍ ଫୋର୍ସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ଏହି ଘଟଣାକୁ ନେଇ ସେନା ମୁଖପାତ୍ର କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଚାଲିଛି । ତେଣୁ ଏ ମାମଲାରେ କୌଣସି ମନ୍ତବ୍ୟ ଦେବା ଉଚିତ ନୁହେଁ ।

Get real time updates directly on you device, subscribe now.