fbpx

(Video) ମୋ ଗେହ୍ଲା ଭଉଣୀ ଜମା କାନ୍ଦନା, ମୁଁ ଅଛି ପରା, ତୁ ଜୀବନରେ କେବେ ହାରି ପାରିବୁ ନାହିଁ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଅନେକ ସମୟରେ ଛୋଟ ପିଲାଙ୍କର କିଛି ଟ୍ୟାଲେଣ୍ଟ ଭରା ଭିଡିଓ ଭାଇରାଲ ହୋଇଥାଏ । ତେବେ ନିକଟରେ ଗୋଟିଏ ଛୋଟ ଶିଶୁ ତା’ର ଟିକି ଭଉଣୀର ଲୁହ ପୋଛିବା ସହ ତାକୁ ସମବେଦନା ଦେଉଥିବା ଘଟଣା ସାମ୍ନାକୁ ଆସିଛି । ଏହି ଭିଡିଓ ଦେଖିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ । ସତରେ ଭାଇ-ଭଉଣୀଙ୍କର ଏଇ ପ୍ରେମଭରା ବନ୍ଧନ ଦୁନିଆରେ ଆଉ କେଉଁଠି ଦେଖିବାକୁ ମିଳିବ ନାହିଁ । ରକ୍ତର ସମ୍ପର୍କ ଏ ଦୁନିଆରେ ଯେ ସବୁଠାରୁ ନିଆରା ତାହା ଏଇ ଦୃଶ୍ୟରୁ ପ୍ରମାଣିତ ହୋଇଛି ।

ସାଧାରଣ ଭାବେ ଭାଇ-ଭଉଣୀଙ୍କ ମଧୁର ସମ୍ପର୍କ ଅନନ୍ୟ ହୋଇଥାଏ । ଛୋଟ ଛୋଟ କଥାକୁ ନେଇ ଏଇ ସମ୍ପର୍କରେ ଝଗଡ଼ା ଦେଖିବାକୁ ମିଳିଥାଏ । ପୁଣି ଆବଶ୍ୟକ ସମୟରେ ଦୁହେଁ ଦୁହିଁଙ୍କୁ ବୁଝାଇଥାନ୍ତି । ଭଉଣୀ ମୁହଁରେ ହସ ଟିକିଏ ଦେଖିବା ପାଇଁ ଭାଇର ପ୍ରେମଭରା ପ୍ରୟାସ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଘୂରି ବୁଲୁଛି ।

ଭିଡିଓରେ ଭାଇ-ଭଉଣୀ ଖେଳୁଥିବା ଦେଖାଯାଉଛି । ଭଉଣୀ ହାତରେ ବଲ ନେଇ ବାସ୍କେଟରେ ଗଳାଇବାକୁ ଚେଷ୍ଟା କରୁଛି, ମାତ୍ର ଅସଫଳ ହେଉଛି । ଏହାପରେ ସେ ଭାଇ ସାମ୍ନାରେ ନିରାଶାଜନକ ହୃଦୟରେ କାନ୍ଦିବାରେ ଲାଗିଛି । ଭାଇ ଏହାକୁ ସହ୍ୟ କରିପାରୁନାହିଁ । ଭାଇ ତା’ର ସୁନାନାକୀ ଭଉଣୀଙ୍କୁ କୋଳେଇ ଉପରକୁ ଟେକି ଧରି ବାସ୍କେଟରେ ବଲ ପକାଇ ଦେଉଛି । ଏହାପରେ ଆମର ଗେହ୍ଲୀ ଭଉଣୀ ଚେହେରାରେ ହସ ଫୁଟି ଉଠିଛି । ଏହି ଭିଡିଓକୁ ଦେଖିବାରେ ସମସ୍ତଙ୍କର ପିଲାଦିନର କଥା ମନେ ପଡ଼ି ଆଖିରେ ଅଶ୍ରୁ ଜକେଇ ଯାଉଛି ।

Get real time updates directly on you device, subscribe now.