ଭାଇ ସାଜିଲା ରାକ୍ଷସ, ଭଉଣୀକୁ ଲୁହା ରଡ଼ରେ ପିଟି ପିଟି ମାରିଦେଲା
ସୁରକ୍ଷା ସାଜୁଥିବା ଭାଇର ହାତ, ଜଣେ ଭଉଣୀର ହତ୍ୟାକାରୀ ସାଜିଲା।
ବଣାଇ: ଯେଉଁ ଭାଇ ହାତରେ ଦିନେ ଭଉଣୀ ରାକ୍ଷୀ ବାନ୍ଧି ସୁରକ୍ଷା ଆଶା କରିଥିଲା। ସୁରକ୍ଷା ଦେବା ବଦଳରେ ସେହି ହାତ ଭଉଣୀର ହତ୍ୟାକାରୀ ସାଜିଲା। ନିଜ ଭାଇ ଲୁହା ରଡରେ ପିଟିପିଟି ତା ଭଉଣୀକୁ ଅତି ବିଭତ୍ସ ଭାବରେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।
ଏହି ଘଟଣାଟି କୌଣସି ବାହାର ରାଜ୍ୟରେ ନୁହେଁ, ବରଂ ଓଡ଼ିଶାର ବଣାଇ ଅଞ୍ଚଳରେ ଘଟିଛି। ଭଉଣୀକୁ ଲୁହା ରଡରେ ପିଟି ହତ୍ୟା କରିଛି ଭାଇ।
ମହୁଲପଦା ଥାନା ଜିଙ୍କକା ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୁହାଯାଉଛି ପାରିବାରିକ କଳହରୁ ଭଉଣୀକୁ ହତ୍ୟା କରିଛି ତା ଭାଇ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।