ଛୁଆ ଜନ୍ମ କଲା ପରେ ହେଲା ଖୁଲାସା..ଭଉଣୀକୁ ଗର୍ଭବତୀ କରାଇଲା ଭାଇ, ସନ୍ତାନକୁ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ

ନୂଆଦିଲ୍ଲୀ:ଯୌନଲାଳଶା ପୂରଣ କରିବା ପାଇଁ ଦିନକୁ ଦିନ ତଳ ସ୍ତରକୁ ଖସିଯାଉଛି ମଣିଷ । କେତେବେଳେ ବାପା ଝିଅ ସହିତ ଶାରୀରିକ ସମ୍ପର୍କ ରଖୁଛି ତ ଆଉ କେତେବେଳେ ଭାଇ । ଏଭଳି ଏକ ଖବର ସାମ୍ନାକୁ ଆସିଛି ଦିଲ୍ଲୀର ଗଜିଆବାଦରୁ । ଭାଇ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଛୁଆକୁ ଜନ୍ମ ଦେଲା ଭଉଣୀ । ଏନେଇ ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରରମ୍ଭ କରିଛି । କାହିଁକି ଏଭଳି କରିଲେ ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ପୀଡିତାଜଣକ ନବମ ଶ୍ରେଣୀର ଅଟେ । ସେ ନିଜର ମାଉସୀ ସହିତ ରହୁଥିଲେ । ତେବେ ସେଠାକୁ ସମ୍ପର୍କୀୟ ଭାଇ ଯାତାୟତ କରୁଥିଲେ। ଏହି ସମୟରେ ଧୋକେବାଜ ଭାଇ ଭଉଣୀ ସହିତ ଶାରୀରିକ ସମ୍ପର୍କ ଗଢିଥିଲା । ଏହାପରେ ଡିସେମ୍ବର ମାସରେ ପେଟରେ ଯନ୍ତ୍ରଣା ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେ ଏକ ଛୁଆକୁ ଜନ୍ମ ଦେଇଥିବା ଜଣାପଡିଛି। ଏନେଇ ହସ୍ପିଟାଲ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା ।  ତେବେ ପ୍ରକୃତରେ ସହମତିରେ ଶାରୀରିକ ସମ୍ପର୍କ ହୋଇଥିଲା ନା ଜବରଦସ୍ତି ତାହା ଜଣାପଡି ନାହିଣ। ଗର୍ଭବତୀ ହେଲା ପରେ କାହିଁକି ପୋଲିସରେ ଖବର ଦିଆଯାଇନଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମସ୍ତ ଦିଗକୁ ଆଖି ଆଗରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି ।