fbpx

ମୋବାଇଲ ନମ୍ବରକୁ ଟ୍ରାକ୍ କରି ଧଳା ଜହର ବେପାରୀକୁ ମାଡ଼ି ବସିଲା ପୁଲିସ: ୭ ଗ୍ରାମ ବ୍ରାଉନ୍‌ସୁଗର ଓ ସ୍କୁଟି ଜବତ

ରଣପୁର (ଭାସ୍କର ନ୍ୟୁଜ୍‌): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଓ ରଣପୁର ଥାନା ଅଞ୍ଚଳରେ ଧଳା ଜହର କାରବାର ରୋକିବା ପାଇଁ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କଡା ନିର୍ଦେଶ ଦେଇଛନ୍ତି । ଯାହାକୁ ନେଇ ପୋଲିସ ଧଳା ଜହର କାରବାର ଉପରେ ପଦକ୍ଷେପ ନେବା ପାଇଁ ଜୋର ଦେଇଛନ୍ତି । ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକ ରାଜସୁନାଖଳା, ରଣପୁର, ଚାନ୍ଦପୁର ଓ ଟାଙ୍ଗୀ ଅଞ୍ଚଳରେ ଧଳା ଜହର କାରବାର କରୁଥିବା ଚାନ୍ଦପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ତାର ମୋବାଇଲ୍‌ ନମ୍ବର ଉପରେ ପୋଲିସ ୩ ମାସ ହେଲା ନଜର ରଖିଥିଲା । ସେ ଚାନ୍ଦପୁର ଥାନା ନାକିଠଣା ଅଞ୍ଚଳରେ ଥିବା ପୋଲିସ୍‌ ମୋବାଇଲ୍‌ ନମ୍ବରରୁ ସୂଚନା ପାଇଥିଲା । ଫଳରେ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଅତିରିକ୍ତ ନିରୀକ୍ଷକ ଅଳି ସା, ରମେଶ ବେହେରା, ସରୋଜ ଛୁଆଳସିଂହ ଓ ସଂଜୟ ସାମନ୍ତରାୟ ସଦଳବଳେ ନାକିଠଣା ଠାରେ ଚଢାଉ କରି ୭ ଗ୍ରାମ ଧଳା ଜହର, ଗୋଟିଏ ସ୍କୁଟି ଜବତ ସହ ଓ ଅଭିଯୁକ୍ତ ପ୍ରକାଶ ନାୟକକୁ ଗିରଫ କରିଥିଲେ । ପୋଲିସର ସୂଚନା ଅନୁଯାଇ ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ୬୫ ଜହାର ଟଙ୍କା ହେବ ବୋଲି ଜଣାପଡିଛି । ଅଭିଯୁକ୍ତକୁ ନୟାଗଡ କୋର୍ଟକୁ ଚାଲାଣ କରାଯାଇଛି ।

Get real time updates directly on you device, subscribe now.