fbpx

ଏହି ସ୍ଥାନରେ ଯୁବତୀମାନେ ଶସ୍ତାରେ ବିକ୍ରି ହୁଅନ୍ତି: ତିନି ବର୍ଷରେ ଥରେ ମିଳିଥାଏ ସୁଯୋଗ, ଜାଣନ୍ତୁ କେଉଁଠି

କଥାରେ ଅଛି ପାଖରେ ଅର୍ଥ ଥିଲେ ଏ ବିଶ୍ୱରେ ସବୁକିଛି ମିଳିଯିବ । ତେବେ ଏକଥା ହୁଏତ ଆପଣମାନେ ଜାଣିନଥିବେ ଯେ, ମନ ପସନ୍ଦର କନ୍ୟା ମଧ୍ୟ ଆପଣ ଟଙ୍କା ଦେଇ କିଣିପାରିବେ । ମାତ୍ର ସୁଯୋଗ ସବୁଦିନ ଚାଲିନଥାଏ । ଖୁବ୍ ସ୍ୱଳ୍ପ ଅବଧି ପାଇଁ ଏହି ଅଫର୍ ଉପଲବ୍ଧ ରହିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ ।

କନ୍ୟା କିଣିବା ପାଇଁ ବୁଲଗେରିଆରେ ଷ୍ଟାରା ଜାଗୋରା ସହରରେ ଏକ ମାର୍କେଟ ରହିଛି । ବୁଲଗେରିଆର ଏହି ବଜାର ୩ ବର୍ଷ ଥରେ ଖୋଲିଥାଏ । ଏହି ବଜାରରେ ଗରିବ ପରିବାରର ଝିଅମାନଙ୍କୁ ବିକ୍ରି କରାଯାଇଥାଏ । ପରିବାର ଆର୍ଥିକ ସଙ୍କଟ କାରଣରୁ ପିତାମାତା ଝିଅମାନଙ୍କୁ ବିବାହ କରିପାରି ନଥାନ୍ତି । ଫଳରେ ସେମାନଙ୍କ ପାଇଁ ଏହି ମାର୍କେଟ ବରଦାନ ସଦୃଶ ହୋଇଥାଏ । ପିତାମାତା ଏହି ବଜାରକୁ ସେମାନଙ୍କ କନ୍ୟାମାନଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ଆଣିଥାନ୍ତି । ଯେଉଁ କନ୍ୟାଙ୍କୁ ଯେଉଁ ବର ପସନ୍ଦ କରନ୍ତି, ସେ ଉପଯୁକ୍ତ ମୂଲ୍ୟ ପ୍ରଦାନ କରି କନ୍ୟାଙ୍କୁ ସାଥିରେ ନେଇ ଚାଲିଯାଆନ୍ତି ।

ଅନୁରୂପ ଭାବେ ପୁଅମାନେ ମଧ୍ୟ ଏହି ବଜାରକୁ ନିଜର ପରିବାର ଓ ସମ୍ପର୍କୀୟଙ୍କ ସହିତ ଆସିଥାନ୍ତି । ପୁଅ ଜଣକ ଜଣେ ଝିଅକୁ ପସନ୍ଦ କରି ତାକୁ ନିଜର ଜୀବନସାଥୀ ରୂପେ ଗ୍ରହଣ କରିଥାଏ । ତେବେ ବିବାହ ପୂର୍ବରୁ ପୁଅ ଓ ଝିଅକୁ ପରସ୍ପର ସହିତ ଆଲୋଚନା କରିବା ପାଇଁ ସୁଯୋଗ ଦିଆଯାଇଥାଏ । ପୁଅ ଓ ଝିଅ ପରସ୍ପରକୁ ପସନ୍ଦ କରିବା ପରେ ବିବାହ ସ୍ଥିର କରାଯାଇଥାଏ । ପୁଅ ଘର ପକ୍ଷରୁ ଝିଅ ପକ୍ଷଙ୍କୁ କିଛି ପରିମାଣର ଅର୍ଥ ପ୍ରଦାନ କରାଯାଇଥାଏ । ବହୁ ବର୍ଷ ଧରି ଏହି ମାର୍କେଟ ଚାଲିଆସୁଥିବା ଶୁଣାଯାଉଛି । ତେବେ ଏହି ପ୍ରଥା ଏତେ ବର୍ଷ ଧରି ଚାଲୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେବେ ବି ଏହାକୁ ବିରୋଧ କରାଯାଇନାହିଁ ।

Get real time updates directly on you device, subscribe now.