fbpx

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରେ ବଢ଼ିଚାଲିଛି ଧଳା ଜହର କାରବାର । ସୋମବାର ଭୁବନେଶ୍ୱର ଏୟାରଫିଲଡ୍ ଅଂଚଳରୁ ଜବତ ହୋଇଛି ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର । ମାମଲାରେ ଏୟାରଫିଲଡ୍ ଥାନା ହାଇଟେକ ସୁନ୍ଦରପଦା ଛକରୁ ଜଣେ ଯୁବକଙ୍କ ମଧ୍ୟ ଗିରଫ କରିଛି ।

ସୂଚନା ଅନୁଯାୟୀ, ଉତ୍ତର ପ୍ରେଦଶର ଆନନ୍ଦ କୁମାର ନାମକ ଜଣକ ଅପରାଧୀ ଏହି ବ୍ରାଉନ ସୁଗାର ବେପାର କରୁଥିବା ଖବର ପାଇଁ ପୋଲିସ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା ।  ଅଭିଯୁକ୍ତ ନିକଟରୁ ୨୫୪ ଗ୍ରାମର ବ୍ରାଉନ୍ ସୁଗାର ସହ ନଗଦ ୭,୬୦୦ ଟଙ୍କା ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ହେବ । ଉତ୍ତରପ୍ରଦେଶର ଇଟାୱାର ଏହି ଅପରାଧୀ ଭୁବନେଶ୍ୱର କାରଗିଲ ବସ୍ତିରେ ରହି ବ୍ରାଉନସୁଗାର କାରବାର ଚଲାଉଥିଲା ।  ବିଶେଷ କରି କଲେଜ ପିଲାଙ୍କୁ ଟାର୍ଗେଟ କରି ବ୍ରାଉନସୁଗାର ବିକ୍ରି କରୁଥିଲା । ତେବେ ଉତ୍ତର ପ୍ରଦେଶରୁ ଆସି ଭୁବନେଶ୍ୱରରେ ଧଳା ଜହର କରବାର କରିବା ଏବେ କମିଶନରେଟ ପୋଲିସ ପାଇଁ ଚିନ୍ତା ବଢ଼ାଇଛି । ପୂର୍ବରୁ ମଧ୍ୟ ଏହିଭଳି ଅପରାଧୀଙ୍କୁ ଅପରେସନ ହ୍ୱାଇଟ ସ୍ପାଏଡର ଅଭିଯାନରେ ଗିରଫ କରାଯାଇଛି ।

Get real time updates directly on you device, subscribe now.