fbpx

୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ; ଜଣେ ଗିରଫ

ଭୁବନେଶ୍ୱର(ଓଡିଶା ଭାସ୍କର); ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ । ଏହି ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୨ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଏଥିରେ ୧ କେଜି ୨୨ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ କଟକ ଡ଼ିଗିରିଆ ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଜଣେ ଅଭିଯୁକ୍ତକୁ ଧରି ଗିରଫ କରିବାରେ ସକ୍ଷମ ମଧ୍ୟ ହୋଇଛି । ସ୍ୱତନ୍ତ୍ର ଚଢ଼ାଉ ବେଳେ ଏଭଳି ଏକ ସଫଳତା ମିଳିଥିବା ଜଣାପଡିଛି ।

Get real time updates directly on you device, subscribe now.