(Video)- ହିଂସ୍ରତାରେ ପଶୁଙ୍କୁ ବି ବଳିଯାଉଛି ମଣିଷ! ଷଡଯନ୍ତ୍ର ନା ବାସ୍ତବ, ତଦନ୍ତର ରହିଛି ଆବଶ୍ୟକତା

ନୂଆଦିଲ୍ଲୀ- ଓଃ! କି ଭୟଙ୍କର ଓ ବିଭତ୍ସ ଦୃଶ୍ୟ । ଜୀବନ୍ତ ଗୋରୁ, ଗାଈ, ଛେଳି, ମେଣ୍ଢାଙ୍କୁ କାମୁଡି ଖାଉଛି ମଣିଷ । ଜଣେ କି ଦୁଇଜଣ ନୁହଁନ୍ତି, ଅନେକ ଲୋକ ଏପରି କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓଟିକୁ ଏକ୍ସ ଆକାଉଣ୍ଟରେ ସେୟାର କରି ପ୍ରଶ୍ନ କରୁଛି ଭଏସ ଅଫ ଇଣ୍ଡିଆନ ମୁସଲିମ ନାମକ ଆକାଉଣ୍ଟଧାରୀ । ଭିଡିଓ ସହ ଲେଖା ଯାଇଛି ‘ଏବେ କିଛି କହିଲେ ବିବାଦର କାରଣ ହୋଇପାରେ । ମାଂସ ଖାଇବା ପାପ ଭଗବାଇ ସମୁଦାୟ ପାଇଁ ।

ଭିଡିଓଟି ୫୩ ସେକେଣ୍ଡର । କେଉଁ ସ୍ଥାନର ତାହା ତ ଉଲ୍ଲେଖ ହୋଇନି, କିନ୍ତୁ ଏହା କୌଣସି ଧର୍ମ ପୀଠପରି ମନେ ହେଉଛି । ଲୋକେ ହୁଏତ ମାନସିକ ପୂରଣ ପାଇଁ ସମୂହ ବଳି ପାଇଁ ଏକାଠି ହୋଇଛନ୍ତି । ତେବେ ହୃଦୟ ବିଦାରକ ଦୃଶ୍ୟ ଏଠାରେ ସେହି ସବୁ ଜୀବଙ୍କୁ ବଳି ନୁହେଁ ଲୋକମାନେ ଦାନ୍ତରେ ଖିନଭିନ କରି କାମୁଡି ଖାଉଥିବା ଦେଖିବାକୁ ମିଳୁଛି । ଜୀବନ୍ତ ଜୀବଙ୍କ ବେକକୁ ଅତି ନୃଶଂସ ଭାବେ ମୋଡିବା, କେହି ଗାଈ, ଛେଳି, ମେଣ୍ଢାର ବେକକୁ କାମୁଡି ମାଂସ ଦାନ୍ତରେ ବାହାର କରିବା ପରି ଦୃଶ୍ୟ ଦେଖିବାକୁ ମିଳୁଛି । ଭିଡିଓରେ ମହିଳା, ପୁରୁଷ ବହୁ ସଂଖ୍ୟାରେ ଏକଜୁଟ ହୋଇଥିବା ଦେଖିବାକୁ ମିଳୁଛି ।

ଏହି ଦୃଶ୍ୟ ଅତି ହିଁ ଲୋମଟାଙ୍କୁରା, ହିଂସ୍ର ତଥା ବିଭତ୍ସ । ଦୃଶ୍ୟ ବର୍ଣ୍ଣନା କରିବାକୁ ଭାଷା ମିଳୁନି । ବାସ୍ତବରେ ମାଂସାହାରକୁ ବାରଣ କରୁଥିବା ସନାତନୀ କିଭଳି ଜୀବନ୍ତ ଜୀବଙ୍କୁ ଏଭଳି ଭକ୍ଷଣ କରୁଛନ୍ତି? ଦୃଶ୍ୟଟି କେଉଁ ସ୍ଥାନର ତାହା ଉଲ୍ଲେଖ ନାହିଁ । ତେବେ ଏହା କୌଣସି ନୂଆ ବିବାଦ ପାଇଁ ସୃଷ୍ଟ ଭିଡିଓ ନୁହେଁ ତ? ଯଦି ଏହା ଭାରତର ହୋଇଥିବ, ତେବେ ଏହା ଉପରେ ସରକାର କଠୋରରୁ କଠୋର ଦଣ୍ଡବିଧାନ କରିବାର ଆବଶ୍ୟକତା ରହିଛି ।

ସୁପ୍ରିମ କୋର୍ଟ ବଳି ପ୍ରଥାକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରିଛନ୍ତି । ଏହା ବାଦ କିପରି ବଳି ଦିଆଯାଉଛି, ତାହା ପୁଣି ସ୍ପଷ୍ଟ ଦିବାଲୋକରେ ତଥା ସର୍ବସମ୍ମୁଖରେ? ସେଠାକାର ସରକାର କଣ ଏହି ପରମ୍ପରାକୁ ନେଇ ଆଖି ବୁଜି ଦେଇଛି ? ତେବେ ବଳି ଦେବା ନିଷିଦ୍ଧ ହୋଇଥିବା ବେଳେ ଜଙ୍ଗଲର ହିଂସ୍ର ଜୀବଙ୍କ ପରି ଜୀବନ୍ତ ପଶୁଙ୍କୁ କାମୁଡି ଆନନ୍ଦ ଅନୁଭବ କରିବା କେଉଁ ଧର୍ମ ଅନୁମତି ଦେଉଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହା ମଣିଷର ବିକୃତ ମାନସିକତାକୁ ଦର୍ଶାଉଛି । ଏହା ବିରୋଧରେ କଠୋରରୁ କଠୋର ଦଣ୍ଡବିଧାନ ସହ ମନସ୍ତାତ୍ୱିକ ପରାମର୍ଶର ଆବଶ୍ୟକତା ଥିବା ପରି ମନେ ହେଉଛି ।
ଏଠାରେ କହି ରଖୁଛୁ କି, ନିକଟରେ ଗଞ୍ଜାମରେ ଏକ ଯାତ୍ରା ପେଣ୍ଡାଲରେ ଜଣେ ବ୍ୟକ୍ତି ଘୁଷୁରୀ ଖାଇବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଅବଶ୍ୟ ପରେ ସେହି କଳାକାରଙ୍କୁ ଗିରଫ କରିଛି ପୋଲିସ ।