fbpx

ୟୁପିରେ ତାଲିବାନୀ ଶାସନ, ଗହମ ଚୋରିରେ ତିନି ନାବାଳକଙ୍କ ଉପରେ ଅକଥନୀୟ ଅତ୍ୟାଚାର

ବହରାଇଚ: ଉତ୍ତର ପ୍ରଦେଶର ବହରାଇଚରେ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ତିନି ନାବାଳକଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା । ସେମାନଙ୍କର ହୋଇଛି ମାନବାଧିକାର ହନନ । ସେମାନଙ୍କୁ ନିସ୍ତୁକ ମାଡ ମାରିବା ସହ ନାବାଳକଙ୍କୁ ଲଣ୍ଡା କରି ସେମାନଙ୍କ ମଥାରେ ମୁଁ ଚୋର ଲେଖିବା ସହ ମୁହଁରେ ଚୂନକାଳି ବୋଳାଯାଇଛି । ଯାହାକୁ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଘଟଣାରୁ ପ୍ରକାଶ କି, ତିନି ନାବାଳକ ୫ କିଲେ ଗହମ ଚୋରି କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ସ୍ଥାନୀୟ ଅଞ୍ଚଳର ତିନି ଦବଙ୍ଗ ସେହି ତିନି ନାବାଳକଙ୍କୁ ଧରିଥିଲେ । ପ୍ରଥମେ ସେମାନଙ୍କୁ ଦବଙ୍ଗମାନେ ମିଶି ନିସ୍ତୁକ ମାଡ ମାରିଥିଲେ । ମାଡ ମାରିବା ପରେ ମଧ୍ୟ ସେମାନଙ୍କ ମନ ଶାନ୍ତ ହୋଇନଥିଲା । ତେଣୁ ନାବାଳକଙ୍କୁ ଲଣ୍ଡା କରିଥିଲେ । ସେମାନଙ୍କ ମଥାରେ ମୁଁ ଚୋର ଲେଖିବା ସହ ମୁହଁରେ ଚୂନକାଳି ବୋଳିଥିଲେ । ତା ପରେ ତିନି ନାବାଳକଙ୍କୁ ବାନ୍ଧି ଗାଁ ସାରା ବୁଲାଇଥିଲେ ।

ଘଟଣାଟି ନାନପାରା ତାନା ଅଧୀନ ତାଜପୁର ଗାଁରେ ଘଟିଛି । ନାବାଳକଙ୍କ ପ୍ରତି ଏମିତି ତାଲିବାନୀ ଶାସ୍ତିକୁ ନେଇ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିଲା । ସେମାନେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଗାଁକୁ ଯାଇଥିଲା ଓ ଏଭଳି କାଣ୍ଡ ଭିଆଇଥିବା ଯୁବକଙ୍କୁ ଗିରଫ କରିଥିଲା । କୋର୍ଟ ମାମଲାରେ ତିନି ଅଭିଯୁକ୍ତଙ୍କୁ ଜେଲ ପଠାଇ ଦେଇଛନ୍ତି ।

Get real time updates directly on you device, subscribe now.