fbpx

ମାତ୍ର ୧୦୭ ଟଙ୍କାର ରିଚାର୍ଜ କରନ୍ତୁ: ଆକ୍ଟିଭ୍ ରହିବ ସିମ୍ କାର୍ଡ

ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟ ସମସ୍ତଙ୍କ ପାଇଁ ଏକ ଜରୁରୀ ସାମଗ୍ରୀ ପାଲଟି ଯାଇଛି । ମଣିଷ ଖାଇବା, ପିଇବା ଓ ପିନ୍ଧିବା ଭୁଲିଯାଇପାରେ, ମାତ୍ର ସ୍ମାର୍ଟଫୋନରେ ପ୍ୟାକ୍ ପକାଇବାକୁ କଦାପିକୁ ଭୁଲିବ ନାହିଁ । କାରଣ ସ୍ମାର୍ଟଫୋନ ନ ଚାଲିଲେ ଆଜିର ସମୟରେ କାହାର ଦୈନନ୍ଦିନ ଜୀବନର ଗାଡ଼ି ଚାଲୁନାହିଁ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଦୈନିକ ଘଣ୍ଟା ଘଣ୍ଟା ମୋବାଇଲରେ ସମୟ ବିତାଉଛନ୍ତି ।

ତେବେ ଦିନକୁ ଦିନ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଟେଲିକମ୍ କମ୍ପାନୀମାନେ ମଧ୍ୟ ନୂଆ ନୂଆ ପ୍ଲାନ୍ ଆଣୁଛନ୍ତି । ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ କମ୍ପାନୀମାନେ ନିୟମିତ ବ୍ୟବଧାନରେ ନୂଆ ନୂଆ ଅଫର୍ ଲାଗୁ କରୁଛନ୍ତି । ଗ୍ରାହକମାନେ ମଧ୍ୟ ସର୍ବଦା ଶସ୍ତା ଅଫରକୁ ଚାହିଁ ରହିଥାନ୍ତି । କେଉଁ କମ୍ପାନୀ ଶସ୍ତା ପ୍ଲାନ ଲଞ୍ଚ କରୁଛି ସେନେଇ ୟୁଜର୍ସ ଇଣ୍ଟରନେଟରରେ ନିୟମିତ ସର୍ଚ୍ଚ କରିଥାନ୍ତି ।

ତେବେ ଏହା ମଧ୍ୟରେ ଗ୍ରାହକଙ୍କ ପାଇଁ ଏକ ବଢ଼ିଆ ଅଫର ଆସିଛି । ଆଜିକାଲି ଅଧିକାଂଶ ଲୋକ ନିଜ ମୋବାଇଲରେ ଡୁଆଲ୍ ସିମ୍ ବ୍ୟବହାର କରୁଥିବାରୁ ଗୋଟିଏରେ ନେଟ୍ ପ୍ୟାକ୍ ପକାଇ ଚଳାଇଲେ ଅନ୍ୟଟି ଡିଆକ୍ଟିଭେଟ୍ ହୋଇଯାଇଥାଏ । ତେବେ ଯଦି ଆପଣମାନେ ଏହି କ୍ୟାଟେଗୋରୀରେ ଆସୁଛନ୍ତି, ତେବେ ଆପଣମାନେ ବିଏସଏନଏଲର ୧୦୭ ଟଙ୍କିଆ ପ୍ୟାକ୍ ପକାଇବାକୁ ଭୁଲନ୍ତୁ ନାହିଁ । ଏହି ପ୍ଲାନରେ ଆପଣଙ୍କ ସିମ୍ ୩୫ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହିବା ସହିତ ୩ ଜିବିର ଡାଟା ସୁବିଧା ମିଳୁଛି । ଏଥିସହିତ ଆହୁରି ଅନେକ ବେନିଫିଟ୍ ମଧ୍ୟ କମ୍ପାନୀ ପକ୍ଷରୁ ଦିଆଯାଉଛି ।

Get real time updates directly on you device, subscribe now.