ଓଡିଶା ଭାସ୍କର- ଜିଓ ଓ ଅନ୍ୟ ଘରୋଇ ଟେଲିକମ କମ୍ପାନୀର ମନମାନୀରେ ଅତିଷ୍ଠ ଜନତା ବିଏସଏନଏଲ ୫ଜି ସିମ ପାଇଁ ଅପେକ୍ଷା କରୁଥିବା ବେଳେ କୋଟିକୋଟି ମୋବାଇଲ ୟୁଜର୍ସଙ୍କ ପାଇଁ ଖୁସି ଖବର । ଲଞ୍ଚହେଲା ବିଏସଏନଏଲ ୫ଜି ସିମ । ସିମ ଲଞ୍ଚର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସବୁଠାରୁ ବଡ କଥା ଯେଉଁଭଳି ନିରାଡମ୍ବର ଭାବେ ସିମ ଲଞ୍ଚ କରାଯାଇଛି, ତାକୁ ୟୁଜର୍ସ ବହୁ ପ୍ରଶଂସା କରିଛନ୍ତି ।
ଏକ୍ସ ପ୍ଲାଟଫର୍ମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖିବାକୁ ମିଳୁଛି ୪-୫ ଜଣ ଏକ ସାଧାରଣ ଅଫିସରେ ବସିଛନ୍ତି ଓ ଜଣେ ବ୍ୟକ୍ତି ତାଙ୍କ ଆଗରେ ଥିବା ୪ଟି ଲମ୍ବା ପ୍ୟାକେଟକୁ କାଟି ସେଥିରୁ ବିଏସ ଏନଏଲର ୫ ଜି ସିମ ବାହାର କରି ଦେଖାଉଛନ୍ତି । ପଛରେ ଶୁଣିବାକୁ ମିଳୁଛି, ମହାରାଷ୍ଟ୍ର ବିଏସଏନଏଲ କାର୍ଯ୍ୟାଳୟରେ ପ୍ରଥମ କରି ବିଏସଏନଏଲର ୫ ଜି ସିମ ଏଚଆର କିଶୋର ଗୌରେଙ୍କ ଦ୍ୱାରା ଲଞ୍ଚ ହୋଇଥିବା କୁହାଯାଇଛି । ଏହି ଭିଡିଓ ଏକ୍ସରେ ବହୁ ସଂଖ୍ୟାରେ ଭାଇରାଲ ହେଉଛି ।
ଅନେକ ଭିଡିଓ ସହ ନିରାଡମ୍ବର ଲଞ୍ଚିଂକୁ ପ୍ରଶଂସା କରିଛନ୍ତି । ସେମାନେ କହିଛନ୍ତି, ବିନା କ୍ରିକେଟ କି ବଲିଉଡ ସେଲିବ୍ରିଟିରେ ଅତି ସାଧାରଣ ରୂପେ ବିଏସଏନଏଲ ଲଞ୍ଚ ହୋଇଛି । ତେବେ କିଛି ୟୁଜର୍ସ କହିଛନ୍ତି, ସିମ କିଣିବା ଆଗରୁ ନିଜ ଅଞ୍ଚଳରେ ବିଏସଏନଏଲ ନେଟୱର୍କ ସମ୍ପର୍କରେ ଜାଣିନିଅନ୍ତୁ ।
ତେବେ ବିଏସଏନଏଲ ୫ ଜି ସିମ ଲଞ୍ଚକୁ ନେଇ ଆଗରୁ ଘୋଷଣା ହୋଇଥିଲା କି, ୨୦୨୫ରେ ଏହି ସିମ ଲଞ୍ଚ ହେବ । କିନ୍ତୁ ଏହା ପୂର୍ବରୁ ଓ ଅତି ସାଧାରଣଭାବେ ଲଞ୍ଚ ହୋଇଥିବା ସିମର ଭିଡଓର ସତ୍ୟତା ଉପରେ କୌଣସି ସୂଚନା ଦିଆଯାଇନାହିଁ ।
A simple Launch of 5G SIMs was done by BSNL.
No Cricket celebrities ❌
No Bollywood Actors ❌
Only a few BSNL Employees ✅#bsnl5G pic.twitter.com/fCPwcRNpcT— Dhruv Rathee (Parody) (@dhruvrahtee) November 18, 2024