BSNL ଆଣିଲା ଦୁଇଟି ନୂଆ ପ୍ଲାନ୍ , ପ୍ରତିଦିନ ମିଳିବ 2GB Data ଓ ଅନେକ ସୁବିଧା

ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) 97 ଏବଂ 365 ଟଙ୍କା ମୂଲ୍ୟର ଦୁଇଟି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି। ଏହା ବ୍ୟତୀତ କମ୍ପାନୀ 1,999 ଟଙ୍କା ଏବଂ 399 ଟଙ୍କା ଯୋଜନାକୁ ମଧ୍ୟ ଅପଡେଟ୍ କରିଛି। ଏହାପୂର୍ବରୁ କମ୍ପାନୀ 997 ଟଙ୍କା ପ୍ଲାନ ମଧ୍ୟ ଆରମ୍ଭ କରିଥିଲା। ଏହା ବ୍ୟତୀତ କମ୍ପାନୀ 1,699 ଟଙ୍କା ପ୍ରିପେଡ୍ ପ୍ଲାନରେ ପରିବର୍ତ୍ତନ ଆଣି ବୈଧତାକୁ 365 ଦିନରୁ 425 ଦିନକୁ ବୃଦ୍ଧି କରିଛି।

ବିଏସଏନଏଲର ତାମିଲନାଡୁ ୱେବସାଇଟରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ, 365 ଟଙ୍କା ମୂଲ୍ୟର ନୂତନ ପ୍ରିପେଡ୍ ପ୍ଲାନରେ ଗ୍ରାହକମାନେ ପ୍ରତିଦିନ 2 ଜିବି ଡାଟା, 100SMS ଏବଂ ଅସୀମିତ ସ୍ଥାନୀୟ, ଏସଟିଡି ଏବଂ ରୋମିଂ କଲ (ମୁମ୍ବାଇ ଏବଂ ଦିଲ୍ଲୀ ସର୍କଲ ସମେତ) ପାଇବେ। ଅତିରିକ୍ତ ଭାବରେ, ଏହି ପ୍ରିପେଡ୍ ପ୍ଲାନରେ ବ୍ୟକ୍ତିଗତ ରିଙ୍ଗ ବ୍ୟାକ୍ ଟୋନ୍ (PRBT) କୁ ମଧ୍ୟ ଆକ୍ସେସ୍ ମିଳିବ ।

ବିଏସଏନଏଲ କେରଳ ୱେବସାଇଟରେ ଥିବା ତାଲିକା ଅନୁଯାୟୀ, 365 ଟଙ୍କା ପ୍ଲାନର ସମସ୍ତ ସୁବିଧାର ବୈଧତା ଗ୍ରାହକଙ୍କୁ 60 ଦିନ ପାଇଁ ମିଳିବ । ତେବେ, ପ୍ଲାନର ବୈଧତା ହେଉଛି 365 ଦିନ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଏହି ପ୍ରିପେଡ୍ ପ୍ଲାନ ସମସ୍ତ ସର୍କଲ ପାଇଁ ବୈଧ ।

365 ଟଙ୍କା ଯୋଜନା ବ୍ୟତୀତ କମ୍ପାନୀ 97 ଟଙ୍କାର ପ୍ଲାନ ମଧ୍ୟ ଆରମ୍ଭ କରିଛି। ଏଥିରେ ଗ୍ରାହକମାନେ 18 ଦିନ ପାଇଁ ଦୈନିକ 2GB ଡାଟା ଏବଂ 100 SMS ପାଇବେ ।

399 ଟଙ୍କା ପ୍ଲାନରେ ବିଏସଏନଏଲ ମଧ୍ୟ ପରିବର୍ତ୍ତନ କରିଛି। ଏଥିରେ ଗ୍ରାହକମାନେ 80 ଦିନର ବୈଧତା ସମୟରେ ପ୍ରତିଦିନ 1 GB ଡାଟା ଏବଂ 100SMS ପାଇବେ । ପୂର୍ବରୁ ଏହି ପ୍ଲାନର ବୈଧତା 74 ଦିନ ଥିଲା ।

ବିଏସଏନଏଲ ପକ୍ଷରୁ 1,999 ଟଙ୍କାର ପ୍ଲାନକୁ ମଧ୍ୟ ଅପଡେଟ୍ କରାଯାଇଛି । ବର୍ତ୍ତମାନ ଆପଣ ପ୍ରତିଦିନ 3GB ଡାଟା ଏବଂ 365 ଦିନ ପାଇଁ 100 ଟି SMS ପାଇବେ । ଏହି ପ୍ଲାନରେ ସୋନିଲିଭ୍ ବିଷୟବସ୍ତୁ ମଧ୍ୟ ଉପଲବ୍ଧ ରହିଛି । ପୂର୍ବରୁ ଏହି ପ୍ଲାନରେ ପ୍ରତିଦିନ 2GB ଡାଟା ଦିଆଯାଉଥିଲା ।