fbpx

୩୦ଦିନ ଏକ୍ସଟ୍ରା ଭାଲିଡିଟି, ପ୍ରତିଦିନ ୩ଜିବି ଡାଟା; କମ୍ପାନୀର ଏହି ପ୍ଲାନରେ ୟୁଜର୍ସଙ୍କୁ ଲାଭ ହିଁ ଲାଭ

ନୂଆଦିଲ୍ଲୀ: କମ୍ପାନୀ କିଛି ଏକ୍ସଟ୍ରା ଦିନର ଭ୍ୟାଲିଡିଟି ସହ ମୋବାଇଲ୍ ପ୍ଲାନ୍ ଅଫର କଲେ ଆପଣଙ୍କୁ ଖୁସି ନିଶ୍ଚୟ ଲାଗିବ । ଟେଲିକମ୍ କମ୍ପାନୀ ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ସମୟରେ ନୂଆ ନୂଆ ପ୍ଲାନ ଆଣି ଆସିଥାନ୍ତି । ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଏକ୍ସଟ୍ରା ବେନିଫିଟ୍ ଅଫର କରାଯାଏ । ଏଥିମଧ୍ୟରେ ଏପରି କିଛି ପ୍ଲାନ ରହିଛି ଯେଉଁଥିରେ ଆପଣଙ୍କୁ କିଛି ଦିନର ଏକ୍ସଟ୍ରା ଭ୍ୟାଲିଡିଟି ଦିଆଯାଏ । ଫଳରେ ଆପଣ ସେହି ଏକା ଦାମ୍‌ରେ ଅଧିକ ଦିନ ପର୍ଯ୍ୟନ୍ତ ସେବାର ଆନନ୍ଦ ନେଇପାରିବେ ।
ବିଏସଏନଏଲ୍ ଏହାର ୨୯୯୯ଟଙ୍କିଆ ପ୍ଲାନରେ ପ୍ରତିଦିନ ୩ଜିବି ଡାଟା ସହିତ ୩୦ ଦିନର ଏକ୍ସଟ୍ରା ଭାଲିଡିଟି ଦେଇଥାଏ । ଏହି କ୍ରମରେ ଆସନ୍ତୁ ଏପରି କିଛି ମୋବାଇଲ୍ ପ୍ଲାନ ବିଷୟରେ ଜାଣିବା ।
ବିଏସଏନଏଲ୍‌ର ୩୦ ଦିନ ଏକ୍ସଟ୍ରା ଭାଲିଡିଟି: ଏବେ ବିଏସଏନଏଲ୍‌ର ୨୯୯୯ଟଙ୍କିଆ ପ୍ଲାନ ଲୋକଙ୍କୁ ବେଶୀ ଆକର୍ଷିତ କରିଛି । ଏହି ପ୍ଲାନ୍ ୩୬୫ ଦିନ ଅର୍ଥାତ୍ ୧ ବର୍ଷର ଭାଲିଡିଟି ସହ ଆସିଥାଏ । କମ୍ପାନୀ ଅଫରରେ ୩୦ ଦିନର ଏକ୍ସଟ୍ରା ଭାଲିଡିଟି ପ୍ରଦାନ କରୁଛି । ଫଳରେ ବିଏସଏନଏଲ୍‌ର ଏହି ପ୍ଲାନ ୩୯୫ ଦିନ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ୍ ପୁରା ୧୩ ମାସ ପର୍ଯ୍ୟନ୍ତ ଆପଣ ଏହି ପ୍ଲାନର ଫାଇଦା ନେଇପାରିବେ । ଏହି ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୩ଜିବି ଡାଟା ମିଳିବ । ଯଦି ଆପଣଙ୍କ ଡାଟା ଶୀଘ୍ର ସରିଯାଉଛି ଓ ଆପଣ ଦୀର୍ଘ ଅବଧିର ମୋବାଇଲ୍ ପ୍ଲାନ ଚାହୁଁଛନ୍ତି ତେବେ ଏହି ପ୍ଲାନ ଆପଣଙ୍କ ଲାଗି ବେଷ୍ଟ । ଏଥିରେ କୌଣସି ଦିନ ଡାଟା ଲିମିଟ୍ ଶେଷ ହୋଇଗଲେ ବି ଆପଣଙ୍କ ଇଣ୍ଟରନେଟ୍ ଚାଲୁ ରହିବ କିନ୍ତୁ ସ୍ପିଡ୍ ହ୍ରାସ ପାଇଯିବ । ଏହା ବ୍ୟତିତ ଆପଣଙ୍କର ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ଓ ଦୈନିକ ୧୦୦ ମାଗଣା ଏସଏମଏସ୍ ସୁବିଧା ମିଳିବ । ଗ୍ରାହକ ୧ ମାର୍ଚ୍ଚ ୨୦୨୪ ସୁଦ୍ଧା ଏହି ପ୍ଲାନକୁ କିଣିପାରିବ ।
ଜିଓ ବି ଦେଉଛି ଏକ୍ସଟ୍ରା ଭାଲିଡିଟ:
ରିଲାଏନ୍ସ ଜିଓ ବି ଏହାର ଗ୍ରାହକଙ୍କୁ ଏକ୍ସଟ୍ରା ଭାଲିଡିଟି ପ୍ରଦାନ କରୁଛି । ଏହି ଅଫର ଜିଓର ୨୯୯୯ ଟଙ୍କିଆ ପ୍ଲାନରେ ମିଳୁଛି । ଜିଓର ଏହି ପ୍ଲାନ ୩୬୫ ଦିନ ଭାଲିଡିଟି ସହ ଆସିଥାଏ । କିନ୍ତୁ କମ୍ପାନୀ ଏହାର ଅଫରରେ ୨୩ ଦିନର ଏକ୍ସଟ୍ରା ଭାଲିଡିଟି ପ୍ରଦାନ କରୁଛି । ଏହି ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୨.୫ଜିବି ଡାଟା ମିଳିବ । କିନ୍ତୁ ଜିଓର ଏଲିଜେବଲ ୟୁଜର୍ସଙ୍କୁ ଏହି ପ୍ଲାନରେ ୫ ଜିବି ଡାଟା ବି ମିଳିବ ।
ଭୋଡାଫୋନ୍ ଓ ଆଇଡିଆର ଅଫର:
ଭୋଡାଫୋନ୍ ଓ ଆଇଡିଆର ୨୯୯୯ଟଙ୍କା ପ୍ଲାନରେ ୮୫୦ ଜିବି ଡାଟା ମିଳିବ । ଏହି ପ୍ଲାନର ଭାଲିଡିଟି ଏକ ବର୍ଷ ଅର୍ଥାତ୍ ୩୬୫ ଦିନର ଅଟେ । ଏହି ପ୍ଲାନରେ ପ୍ରତିଦିନ ହିସାବରେ ଡାଟା ଲିମିଟ୍ ଧାର୍ଯ୍ୟ ହୋଇନାହିଁ । ଅର୍ଥାତ୍ ଆପଣ କେତେବେଳେ ବି ଏହି ଡାଟା ଖର୍ଚ୍ଚ କରିପାରିବେ ।
ଏୟାରଟେଲର ଦମଦାର ଅଫରବାଲା ପ୍ଲାନ୍‌:
ଏୟାରଟେଲର ୨୯୯୯ଟଙ୍କିଆ ମୋବାଇଲ୍ ପ୍ଲାନରେ ପ୍ରତିଦିନ ୨ଜିବି ଡାଟା ଅଫର ରହିଛି । ଏହି ପ୍ଲାନର ଭାଲିଡିଟି ମଧ୍ୟ ୩୬୫ ଦିନର ରହିଛି । ଏହି ପ୍ଲାନରେ ଏଲିଜେବଲ ୟୁଜର୍ସଙ୍କୁ ମଧ୍ୟ ୫ଜିବି ଡାଟା ମିଳିବ ।

Get real time updates directly on you device, subscribe now.