fbpx

ବିପଦରେ ଏହି ଟେଲିକମ୍ କମ୍ପାନୀର ଲକ୍ଷ ଲକ୍ଷ ଗ୍ରାହକ, ଡାର୍କ ୱେବ୍‌ରେ ବିକ୍ରୀ ହେଉଛି ପର୍ସନାଲ ଡାଟା

ନୂଆଦିଲ୍ଲୀ: ଟେଲିକମ୍ ଅପରେଟର ବିଏସଏନଏଲ୍‌କୁ ଏବେ ଡାଟା ବ୍ରିଚ୍‌ର ସାମ୍ନା କରିବାକୁ ପଡୁଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଲକ୍ଷ ଲକ୍ଷ ବିଏସଏନଏଲ୍ ଇଣ୍ଟରନେଟ୍ ଓ ଲ୍ୟାଣ୍ଡଲାଇନ୍ ୟୁଜର୍ସଙ୍କ ଚୋରୀ ହୋଇଥିବା ଡାଟା ହ୍ୟାକର୍ସଙ୍କ ପକ୍ଷରୁ ଡାର୍କ ୱେବରେ ବିକ୍ରୀ କରାଯାଉଛି । ଏକ ରିପୋର୍ଟ ଅନୁଯାୟୀ ଡାର୍କ ୱେବରେ ପେରେଲ୍ ନାମକ ହ୍ୟାକର ସହ ଜଡିତ ଏକ ଗମ୍ଭୀର ମାମଲା ସାମ୍ନାକୁ ଆସିଛି ଯିଏକି ଏକ ଟେଲିକମ୍ କମ୍ପାନୀ ୟୁଜର୍ସ ବିଶେଷ ରୂପରେ ଭାରତରେ ବିଏସଏନଏଲର ଫାଇବର ଓ ଲ୍ୟାଣ୍ଡଲାଇନ୍ ସଂଯୋଗ ବ୍ୟବହାର କରୁଥିବା ଗ୍ରାହକଙ୍କ ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ନେଇ ଦାବୀ କରାଯାଉଛି ।
ପେରେଲ୍ ନାମରେ କାମ କରୁଥିବା ଏହି ହ୍ୟାକର ଚୋରି ହୋଇଥିବା ଡାଟାର ଏକ ଅଂଶ ଡାର୍କ ୱେବକୁ ବିକ୍ରୀ କରିଛି । ଏହି ଡାଟାସେଟ୍‌ରେ ଇମେଲ୍ ଆଡ୍ରେସ୍‌, ବିଲିଂ ଡିଟେଲ୍‌, ସଂଯୋଗ ନମ୍ବର, ବିଏସଏନଏଲ୍ ଫାଇବର ଓ ଲ୍ୟାଣ୍ଡଲାଇନ୍ ୟୁଜର୍ସଙ୍କ ସହ ଜଡିତ ଅନ୍ୟ ବ୍ୟକ୍ତିଗତ ଡାଟା ପରି ସମ୍ବେଦନଶୀଳ ସୂଚନା ସାମିଲ ରହିଛି । ଏହାସହିତ ଅଧିକ ମହତ୍ତ୍ୱପୂର୍ଣ୍ଣ ସୂଚନା ଯେପରିକି ମୋବାଇଲ ସର୍ଭିସ ଆଉଟେଜ୍ ରେକର୍ଡ, ନେଟୱାର୍କ ଡିଟେଲ ଓ ଅନ୍ୟାନ୍ୟ ଗ୍ରାହକୀୟ ସୂଚନା ବିଷୟରେ ବୁଝାମଣା କରାଯାଇଛି ।
ଏହି ମାମଲା ଗ୍ରାହକଙ୍କ ଗୋପନୀୟତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟିକରିପାରେ । ହ୍ୟାକର ପକ୍ଷରୁ ସେୟାର କରାଯାଇଥିବା ଡାଟାରେ ପ୍ରାୟ ୩୨,୦୦୦ ସଂଯୋଗର ସୂଚନା ସାମିଲ ରହିଛି । କିନ୍ତୁ ହ୍ୟାକର ପକ୍ଷରୁ ଦାବୀ କରାଯାଇଛି କି ସେ ସମସ୍ତ ଡାଟାବେସ୍‌ରୁ ପ୍ରାୟ ୨୯ ଲକ୍ଷ ସଂଯୋଗର ଡାଟା ହାସଲ କରିନେଇଛନ୍ତି । କିନ୍ତୁ ଏହି ଲିକ୍ ସଂପର୍କରେ ବିଏସଏନଏଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ । ଅନ୍ୟପକ୍ଷରେ ଭାରତୀୟ ସାଇବର ସୁରକ୍ଷା ଏଜେନ୍ସୀ ଏହି ହ୍ୟାକିଂ ଘଟଣା ବିଷୟରେ କମ୍ପାନୀକୁ ସୂଚୀତ କରିଛି ।

Get real time updates directly on you device, subscribe now.