fbpx

Jio, Airtel କୁ ପଛରେ ପକାଇବ BSNL Live TV App, ମାତ୍ର ଏତିକି ଟଙ୍କାରେ ମାସ ସାରା ମିଳିବ ଭରପୁର ମନୋରଞ୍ଜନ

ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ ଟିଭି ଦୁନିଆରେ ପାଦ ଥାପିଛି। ବିଏସଏନଏଲ BSNL Live TV’ ଆପ୍ଲିକେସନ କରିଛି। ଏହି ଆପ ଆରମ୍ଭରେ Android TVs ପାଇଁ ଉପଲବ୍ଧ ଅଟେ। ଏହି Google Play Store ରୁ ଡାଉନଲୋଡ କରାଯାଇପାରିବ। ଏପର୍ଯ୍ୟନ୍ତ ଏହାର ବାକି ଫିଚର୍ସ ବିଷୟରେ ଜଣାପଡିନାହିଁ।

ମିଡିଆ ରିପୋର୍ଟ ମୁତାବକ, ଏହି ଆପକୁ WeConnect ପବ୍ଲିସ କରିଛି। BSNL Live TV ଆପ ସିଙ୍ଗଲ CPE ମାଧ୍ୟମରେ ଇଣ୍ଟରନେଟ, Cable TV ଏବଂ ଲ୍ୟାଣ୍ଡଲାଇନ ଟଲେିକମ ସର୍ଭିସେଜର ବ୍ୟବହାର କରାଯାଉଛି। ସେହିପରି ଏହି ଆଣ୍ଡ୍ରଏଡ ବେସଡ ସିଷ୍ଟମ ମାଧ୍ୟମରେ ଅପରେଟ କରାଯାଇପାରିବ। ଚଳିତ ବର୍ଷ ଫେବୃଆରୀରେ BSNL ଇଣ୍ଟରନେଟ ପ୍ରୋଟୋକଲ ଟେଲିଭିଜନ ସର୍ଭିସକୁ ଫାଇବର ମାଧ୍ୟମରେ ଜାରି କରିଥିଲା। ବର୍ତ୍ତମାନ ଏହାର ମୂଲ୍ୟ କମ ରଖାଯାଇଛି। ଏହାର ଆରମ୍ଭ ମୂଲ୍ୟ ମାସିକ ୧୩୦ ଟଙ୍କା ରଖାଯାଇଛି। ଖାସ କଥା ହେଉଛି, ଆଣ୍ଡ୍ରଏଡ TVs ରେ ଏହି ସର୍ଭିସ ସେଟ-ଟପ ବକ୍ସ ବିନା ମଧ୍ୟ କାମ କରିପାରିବ। ମାର୍କେଟରେ ବର୍ତ୍ତମାନ Bharti Airtel ଏବଂ Reliance Jioର ସର୍ଭିସକୁ ବିଏସଏନଏଲରୁ ଟକ୍କର ମିଳିପାରେ।

Get real time updates directly on you device, subscribe now.