JIOକୁ ଟେନସନ ଦେଲା BSNLର ଏହି ପ୍ଲାନ! ଶସ୍ତାରେ ମିଳିବ ଅନଲିମିଟେଡ୍ କଲିଂ ସାଙ୍ଗକୁ SMS ସୁବିଧା

BSNL ତାର ଗ୍ରାହକମାନଙ୍କ ପାଇଁ କିଛି ନୂତନ ସୁଲଭ ରିଚାର୍ଜ ଯୋଜନା ଲଞ୍ଚ କରିଛି । ଯାହା ଅସୀମିତ କଲିଂ ସାଙ୍ଗକୁ ଲଙ୍ଗ ଭାଲିଡିଟି ପ୍ରଦାନ କରୁଛି ।

ନୂଆଦିଲ୍ଲୀ: BSNL ତାର ଗ୍ରାହକମାନଙ୍କ ପାଇଁ କିଛି ନୂତନ ସୁଲଭ ରିଚାର୍ଜ ପ୍ଲାନ ଲଞ୍ଚ କରିଛି । ଯେଉଁଥିରେ ଅସୀମିକ କଲିଂ ସହିତ ବୈଧତା ମଧ୍ୟ ଅଧିକ ରହିଥାଏ । ଏହି ପ୍ଲାନ ଗୁଡିକ ସେହି ଗ୍ରାହକମାନଙ୍କୁ ମନରେ ରଖି ଡିଜାଇନ୍ କରାଯାଇଛି ଯେଉଁମାନେ ଇଣ୍ଟରନେଟ୍ ଡାଟା ବଦଳରେ ଅଧିକ କଲିଂ ଏବଂ SMS ବ୍ୟବହାର କରନ୍ତି ।

ବିଏସଏନଏଲର ନୂଆ ପ୍ଲାନ-   BSNLର 439 ଟଙ୍କାର ପ୍ଲାନର ବୈଧତା 90 ଦିନ ଅଟେ । ଏହା ବ୍ୟତୀତ ଏହି ପ୍ଲାନରେ ସମସ୍ତ ନେଟୱାର୍କରେ ମାଗଣା ଅସୀମିତ କଲିଂ ସୁବିଧା ଯୋଗାଇ ଦିଆଯାଉଛି । ଏହି ପ୍ଲାନରେ ଉପଭୋକ୍ତାମାନେ SMS ର ସୁବିଧା ମଧ୍ୟ ପାଇବେ। କିନ୍ତୁ ଇଣ୍ଟରନେଟ୍ ଡାଟା ସୁବିଧା ପ୍ରଦାନ କରାଯାଇ ନାହିଁ ।

ଯେଉଁମାନେ କେବଳ କଲିଂ ପାଇଁଁ ମୋବାଇଲ ବ୍ୟବହାର କରନ୍ତୁ ଏହା ସେମାନଙ୍କ ପାଇଁ ଅଟେ ।  ଅଧିକ ଖର୍ଚ୍ଚ ନକରି ଦୀର୍ଘ ସମୟର ବୈଧତା ଖୋଜୁଛନ୍ତି ଏହା ସେମାନଙ୍କ ପାଇଁ ଅଟେ ।

ଯେଉଁମାନେ ଡାଟା ବଦଳରେ ଦୀର୍ଘ ବୈଧତା ଏବଂ ଅସୀମିତ କଲିଂ ଉପରେ ଧ୍ୟାନ ଦିଅନ୍ତି ସେମାନଙ୍କ ପାଇଁ BSNLର 439 ଟଙ୍କାର ପ୍ଲାନ୍ ସେହି ଉପଭୋକ୍ତାଙ୍କ ପାଇଁ ସର୍ବୋତ୍ତମ ଅଟେ । ଏହି ପ୍ଲାନ ବଜେଟ୍ ଫ୍ରେଣ୍ଡଲି ହେବା ସହିତ ଭାଲିଡିଟି ମଧ୍ୟ ଅଧିକ ରହିଥାଏ ।

ଏଭଳି ଶସ୍ତା ପ୍ଲାନ ଲଞ୍ଚ କରି କମ୍ପାନୀ ୟୁଜର୍ସଙ୍କୁ ନିଜ ଆଡକୁ ଟାଣିବା ପାଇଁ ପ୍ରୟାସ ଜାରି ରଖିଛି ।