fbpx

୧୦୭ ଟଙ୍କାରେ ଶସ୍ତା ପ୍ଲାନ ଦେଉଛି BSNL: ୩୫ ଦିନ ପର୍ଯ୍ୟନ୍ତ ମିଳିବ ଏହିସବୁ ସୁବିଧା

ଓଡ଼ିଶା ଭାସ୍କର: ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀ ଭିତରୁ ଗୋଟିଏ ହେଉଛି ବିଏସଏନଏଲ । ୟୁଜରମାନଙ୍କୁ ଶସତା ରିଚାର୍ଜ ପ୍ଲାନ ଦେଉଥିବା ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ ଭାବରେ ରହିଛି ବିଏସଏନଏଲ । ଦେଶର ବିଭିନ୍ନ ଘରୋଇ କମ୍ପାନୀ ରିଚାର୍ଜ ପ୍ଲାନ ବୃଦ୍ଧି କରିଥିବା ବେଳେ ଏହା ଖୁବ ଶସ୍ତାରେ ୟୁଜର୍ସମାନଙ୍କୁ ପ୍ଲାନ ଯୋଗାଇ ଦେଉଛି । ବିଭିନ୍ନ ପ୍ରାଇସ ରେଞ୍ଜରେ କମ୍ପାନୀ ଅନେକ ପ୍ଲାନ୍ସ ଉପଲବ୍ଧ କରିଥାଏ । ସେଥିମଧ୍ୟରେ ଗୋଟିଏ ପ୍ଲାନ ହେଉଛି, ୧୦୭ ଟଙ୍କାର ରିଚାର୍ଜ ପ୍ଲାନ୍ ।

କମ୍ ଡାଟା ଏବଂ ଦୀର୍ଘ ଦିନର ଭ୍ୟାଲିଡିଟି ଚାହୁଁଥିବା ୟୁଜର୍ସମାନଙ୍କ ପାଇଁ ଏହି ପ୍ଲାନ ବେଶ୍ ଲାଭଦାୟକ ହୋଇପାରେ । ଏହା ବିଏସଏନଏଲର ସବୁଠାରୁ ଶସ୍ତା ପ୍ଲାନ ରହିଛି । ଏହି ରିଚାର୍ଜ ପ୍ଲାନରେ ୟୁଜର୍ସ ୩୫ ଦିନର ଭ୍ୟାଲିଡିଟି ପାଇପାରିବେ । ଏହାବ୍ୟତୀତ କଲିଙ୍ଗ ପାଇଁ ୨୦୦ ମିନିଟ ମିଳିଥାଏ, ଅର୍ଥାତ୍ ଜଣେ ୟଜର ଯେ କୌଣସି ନେଟୱର୍କକୁ କଲ୍ କରିପାରିବେ । ଏହାସହିତ ୧୦୭ ଟଙ୍କାର ଏହି ପ୍ଲାନରେ ସମ୍ପୂର୍ଣ୍ଣ ଭ୍ୟାଲିଡିଟି ପାଇଁ ୩ ଜିବି ଡାଟା ସୁବିଦାଉପଲବ୍ଧ ହୋଇଥାଏ । ୟୁଜର ୩୫ ଦିନ ପର୍ଯ୍ୟନ୍ତ ମୋଟ ୩ ଜିବି ଡାଟା ବ୍ୟବହାର କରିପାରିବେ ।

କମ୍ ବଜେଟ: ଯଦି ଜଣେ ୟୁଜର କମ୍ ବଜେଟରେ ଅଧିକ ଭ୍ୟାଲିଡିଟି ପାଇଁ ପ୍ଲାନ ଖୋଜନ୍ତି, ତେବେ ଏହା ତାଙ୍କ ପାଇଁ ବେଶ୍ ଉପକାରୀ । ସିମ୍ ଅଧିକ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରଖିବା ପାଇଁ ଏହା ୟୁଜରଙ୍କୁ ବେଶ୍ ସହାୟକ ହେବ ।

ମୌଳିକ ଆବଶ୍ୟକତା: ଇଣ୍ଟରନେଟ କମ୍ ବ୍ୟବହାର କରୁଥିବା କିମ୍ବା କଲ୍ ମଧ୍ୟ ଖୁବ କମ୍ ବ୍ୟବହାର କରୁଥିବା ୟୁଜରମାନଙ୍କ ପାଇଁ ଏହି ପ୍ଲାନ ଏକଦମ୍ ପ୍ରାଯୁଜ୍ୟ । ବିଏସଏନଏଲର ଏହି ପ୍ଲାନ ୟୁଜରଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିପାରେ । ଏଥିରେ ଆପଣଙ୍କ ଆବଶ୍ୟକ ଅନୁସାରେ, ଡାଟା ଏବଂ କଲିଙ୍ଗ ସୁବିଧା ଉପଲବ୍ଧ ହୋଇଥାଏ ।

Get real time updates directly on you device, subscribe now.