fbpx

BSNLର ଏହି ପ୍ଲାନରେ ମିଳୁଛି ଜବରଦସ୍ତ ଫାଇଦା, ଦାମ୍ ୫୦୦ ରୁ କମ୍

Advertisement

କମ୍ ଦାମରେ ଯଦି ଅଧିକ ଫାଇଦା ମିଳିବ ତେବେ ଏହା ନିଶ୍ଚୟ ପସନ୍ଦ ଆସିବ । ଯଦି ଆପଣ ଜିଓ, ଏୟାରଟେଲ କିମ୍ବା ଭିଆଇ ୟୁଜର ତେବେ ଆମେ ଆପଣଙ୍କୁ ସରକାରୀ ଟେଲିକମ ଅପରେଟର ବିଏସଏନଏଲର କିଛି ଏଭଳି ପ୍ରିପେଡ ପ୍ଲାନ ବିଷୟରେ କହିବାକୁ ଯାଉଛୁ, ଯାହାର ଲାଭ ଏବଂ ଦାମ୍ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଲେ । ଏହି ପ୍ଲାନ ଗୁଡ଼ିକର ଦାମ୍ ୫୦୦ ଟଙ୍କାରୁ କମ୍ ରହିଛି ।

ବିଏସଏନଏଲର ଶସ୍ତା ଏବଂ ଆକର୍ଷଣୀୟ ପ୍ଲାନ:

ଆମେ ଆପଣଙ୍କୁ ବିଏସଏନଏଲର ଏଭଳି ଦୁଇ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ୫୦୦ ଟଙ୍କାରୁ କମରେ ଆପଣଙ୍କୁ ୯୦ ଦିନ ପାଇଁ ବଢ଼ିଆ ଫାଇଦା ମିଳିବ । ଏହି ପ୍ଲାନରେ ଅସୀମିତ ଡାଟା ଏବଂ ଅନଲିମିଟେଡ କଲିଂ ଭଳି ଅନେକ ସୁବିଧା ମିଳିବ । ଆସନ୍ତୁ ଜାଣିବା ଏହାର ଦାମ୍ ଏବଂ ଏଥିରେ କ’ଣ ଫାଇଦା ସାମିଲ ରହିଛି ।

ପ୍ରଥମେ ହେଉଛି ବିଏସଏନଏଲର ୪୮୫ ଟଙ୍କା ପ୍ରିପେଡ ପ୍ଲାନ । ଏହି ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୧.୫ ଜିବି ଡାଟା, ୧୦୦ ଏସଏମଏସ ଏବଂ ଅନଲିମିଟେଡ ଭଏସ କଲିଂ ମିଳିଥାଏ । ଏହି ପ୍ଲାନର ବୈଧତା ୯୦ ଦିନ ରହିଛି ।

ବିଏସଏନଏଲର ଦ୍ୱିତୀୟ ପ୍ଲାନ ହେଉଛି ୪୯୯ ଟଙ୍କା ପ୍ଲାନ । ଏଥିରେ ଆପଣଙ୍କୁ ୯୦ ଦିନର ବୈଧତା ସହ ପ୍ରତିଦିନ ୨ ଜିବି ଡାଟା, ୧୦୦ ଏସଏମଏସ, ଅସୀମିତ କଲିଂ ଦିଆଯାଉଛି । ଏହି ପ୍ଲାନରେ ବିଏସଏନଏଲ ଟ୍ୟୁନ୍ ଏବଂ ଫ୍ରି ଜିଙ୍ଗ୍ ସବସ୍କ୍ରିପସନ ମଧ୍ୟ ରହିଛି ।

Get real time updates directly on you device, subscribe now.