fbpx
BSKY SKY
BSKY SKY

ଅଧିକ ଚା’ ପିଇବା ଦ୍ୱାରା ହୋଇପାରେ ଏମିତି ଅସୁବିଧା: କେମିତି କରିବେ ପ୍ରତିକାର??

BSKY

ଭୁବନେଶ୍ୱର: ଚା ପିଇବାକୁ ନେଇ ବିଭିନ୍ନ ପ୍ରକାର ଲୋକ ଏହି ଦେଶରେ ଦେଖିବାକୁ ମିଳନ୍ତି । କେହି କେହି ସକାଳ ଏବଂ ସନ୍ଧ୍ୟାରେ ଜଳଖିଆ ସହିତ ଚା ପିଇବାକୁ ପସନ୍ଦ କରିଥାନ୍ତି । ସେହିପରି ଅନ୍ୟ କିଛି ଲୋକ ଦିନକୁ ଏକାଧିକ ଥର ଚା ପିଅନ୍ତି । ଏପରିକି ଗୋଟିଏ ଦିନରେ କେବଳ ଚା ପିଇ ଅନ୍ୟ କିଛି ନ ଖାଇ ମଧ୍ୟ ରହିପାରନ୍ତି । ତେବେ ଚା ପିଇବା ପାଇଁ ଏମାନେ ବିଭିନ୍ନ ପ୍ରକାର ବାହାନା ଦେଖାଇଥାନ୍ତି ।

ଚା ପିଇବା ସ୍ୱସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯଦି ତାହା ଏକ ସୀମିତ ମାତ୍ରାରେ ହୋଇଥାଏ । କିନ୍ତୁ ମାତ୍ରାଧିକ ଚା ପିଇବା ଦେହ ପକ୍ଷେ କ୍ଷତିକାରକ ହୋଇପାରେ । ତେବେ ଆପଣ ମଧ ଯଦି ଚା ନିଶାରେ ପଡି ଯାଇଛନ୍ତି, ଏବଂ ଏହାଠୁ ଏବେ ଦୂରରେ ରହିବାକୁ ଚେଷ୍ଟା କରୁଛନ୍ତି । ତେବେ ଆଣାନ୍ତୁ ଏହି ଉପାୟ ଯାହା ଆପଣଙ୍କୁ ସହଜରେ ଚା ନିଶାରୁ ଦୂରେଇ ଦେଇ ପାରିବ ।

୧- ଆପଣଙ୍କ ଚା ପିଇବା ଅଭ୍ୟାସ ଧିରେ ଧିରେ ଗୋଟିଏ ଲେଖାଏଁ କପ କମ କରିବାକୁ ଚେଷ୍ଟା କରନ୍ତୁ । ଏହାପରେ ଧିରେ ଧିରେ ଚା ଅଭ୍ୟାସ କମ କରି ଶେଷ କରିପାରିବେ ।

୨- ଅଧିକ ଚା ନିଶାରୁ ଦୂରେଇବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଚା କରିବା ସମୟରେ ଏଥିରେ ଅଳ୍ପ ଚା ପକାନ୍ତୁ । ଏହି ଉପାୟ ଆପଣଙ୍କୁ ଚା ପିଇବା ଅଭ୍ୟାସ ନିଶ୍ଚୟ କମ କରାଇବ ।

୩- ଆପଣ ସାଧାରଣ ଚା ପିଇବା ଅପେକ୍ଷା ଗ୍ରୀନ ଟି, କେମୋମାଇଲ ଟି ବା ହର୍ବାଲ ଟି ପିଇବା ଆରମ୍ଭ କରନ୍ତୁ । ଏହା ମଧ୍ୟ ଆପଣଙ୍କୁ ଏହି ନିଶାରୁ ଦୂରେଇ ରଖିବାରେ ଖୁବ ସହାୟକ ହେବ ।

୪- ଏହି ନିଶା ଛାଡିବା ପାଇଁ ଆଉ ଏକ ଉପାୟ ହେଉଛି ଚା ପିଇବା ପାଇଁ ଇଚ୍ଛା ହେଲେ ଆପଣ ଫଳରସ ପିଇ ପାରିବେ । ଏହା ଆପଣଙ୍କ ପାଚନତନ୍ତ୍ର ସଫା ରଖିବା ସହିତ ଶରୀର ସୁସ୍ଥ ରଖିବ ।

୫- କୌଣସି ଡିଯକ୍ସ ଡ୍ରିଙ୍କକୁ ଆପଣଙ୍କ ଖାଦ୍ୟାଭାସରେ ସାମିଲ କରନ୍ତୁ । ଯାହାକୁ ଆପଣ ଦିନ ସାରା ପିଇ ପାରିବେ । ଏହାଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇ ପିଇବା ଅଭ୍ୟାସରୁ ମୁକ୍ତି ଦେଇଥାଏ ।

Get real time updates directly on you device, subscribe now.