ସରି ଯାଉଛି ସମୟ… 3 ଦିନ ମଧ୍ୟରେ ବନ୍ଦ ହୋଇଯିବ BSNLର 30 ଦିନିଆ ଭ୍ୟାଲିଡିଟି ପ୍ଲାନ, ଡେରି ନକରି ଶୀଘ୍ର ରିଚାର୍ଜ କରନ୍ତୁ
BSNLର ଟଙ୍କିକିଆ ରିଚାର୍ଜ ପ୍ଲାନର ବୈଧତା ଖୁବଶୀଘ୍ର ଶେଷ ହେବ ।
ନୂଆଦିଲ୍ଲୀ: BSNL ର 1 ଟଙ୍କାରେ 30 ଦିନର ବୈଧତା ଯୋଜନା 3 ଦିନ ପରେ 31 ଅଗଷ୍ଟରେ ଶେଷ ହେଉଛି । କମ୍ପାନୀ ଏହି ପ୍ଲାନରେ 30 ଦିନର ବୈଧତା ସହିତ ଅସୀମିତ କଲିଂ, ଦୈନିକ 2GB ଡାଟା, ମାଗଣା SMS ଭଳି ସୁବିଧା ପ୍ରଦାନ କରୁଛି ।
କମ୍ପାନୀ ଏହି ଯୋଜନାକୁ ଏକ ଆଜାଦୀ ଅଫର ଭାବରେ ଲଞ୍ଚ କରିଥିଲା, ଯେଉଁଥିରେ ମାତ୍ର 1 ଟଙ୍କାରେ ଉପଭୋକ୍ତାମାନଙ୍କୁ ଅନେକ ସୁବିଧା ପ୍ରଦାନ କରାଯାଉଥିଲା। ଭାରତ ସଂଚାର ନିଗମ ଲିମିଟେଡ୍ କେବଳ ବିଶେଷ ଉପଭୋକ୍ତାମାନଙ୍କ ପାଇଁ ଏହି ଅଫର ଲଞ୍ଚ କରିଛି ।
BSNLର ଅଫର- BSNLର ଏହି 1 ଟଙ୍କା ରିଚାର୍ଜ ଯୋଜନା ବିଶେଷ ଭାବରେ ନୂତନ ଉପଭୋକ୍ତାଙ୍କ ପାଇଁ ଲଞ୍ଚ କରାଯାଇଛି । କମ୍ପାନୀ ସ୍ୱାଧୀନତା ଅବସରରେ ଏହି ଅଫର ଆଣିଛି, ଯେଉଁଥିରେ ଯେଉଁମାନେ 1 ଅଗଷ୍ଟରୁ 31 ଅଗଷ୍ଟ ମଧ୍ୟରେ ଏକ ନୂତନ BSNL ସିମ୍ କିଣନ୍ତି ସେମାନେ 1 ଟଙ୍କାରେ 30 ଦିନର ବୈଧତା ସହିତ ଏକ ପ୍ଲାନ୍ ପାଇବେ । ଏହି ପ୍ଲାନରେ ଉପଭୋକ୍ତାମାନେ ସମ୍ପୂର୍ଣ୍ଣ 1 ମାସ ପାଇଁ ଅସୀମିତ ଭଏସ୍ କଲିଂର ସୁବିଧା ପାଇବେ ।
ଏହା ବ୍ୟତୀତ, ଉପଭୋକ୍ତାମାନେ ମାଗଣା ନ୍ୟାସାଲ ରୋମିଂ, ଦୈନିକ 100 ମାଗଣା SMS ଏବଂ 2GB ଡାଟା ପାଇବେ । ଏହି ପ୍ରକାରେ, ଉପଭୋକ୍ତାମାନେ ମୋଟ 60GB ହାଇ ସ୍ପିଡ୍ ଡାଟା ପାଇବେ । ତଥାପି, ପୁରୁଣା BSNL ଉପଭୋକ୍ତାମାନେ ଏହି ଅଫରର ଲାଭ ଉଠାଇପାରିବେ ନାହିଁ । କମ୍ପାନୀ ଏହାର ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଏହି ଅଫର ଆରମ୍ଭ କରିଛି ।