fbpx

ବିଧାୟିକା କହିଲେ, ‘ଅଟାରେ ଲୁଣ ପରି ଲାଞ୍ଚ ତ ଚାଲିବ’

ନୂଆଦିଲ୍ଲୀ: ଦେଶରେ ଲାଞ୍ଚ ଏକ ସାଧାରଣ ସମସ୍ୟା । ଏଠାରେ ଛୋଟରୁ ଆରମ୍ଭ କରି ବଡ଼ କାମ ପଯ୍ୟନ୍ତ, ସବୁଥିରେ ଲାଞ୍ଚ ଦିଆଯାଏ । ଏହି ସମୟରେ ମଧ୍ୟପ୍ରଦେଶର ବିଏସପି ବିଧାୟିକା ରାମ ବାଇ ସିଂହ ଲାଞ୍ଚର ପରିମାଣ କ’ଣ ହେବା ଉଚିତ୍ ବୋଲି କହିଛନ୍ତି । ରାମ ବାଇ ସିଂ ପଥରିୟା ବିଧାନସଭା ଆସନରୁ ବହୁଜନ ସମାଜ ପାର୍ଟିର ବିଧାୟିକା । ସେ ନିଜର ଏକ ବିବୃତ୍ତିରେ କହିଛନ୍ତି ଯେ, ‘ଅଟାରେ ଲୁଣ ପରି ଲାଞ୍ଚ ଚାଲିପାରିବ ।’

ମିଳିଥିବା ସୂଚନା ମୁତାବକ, ସତୁଆ ଗାଁର କିଛି ଲୋକେ ଉଚ୍ଚ ଅଧିକାରଙ୍କ ବିରୋଧରେ ଅଭିଯୋଗ ନେଇ ବିଏସପିର ଚର୍ଚ୍ଚିତ ବିଧାୟିକା ରାମ ବାଇ ସିଂଙ୍କ ନିକଟରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ଆବାସର ନାଁରେ ସହାୟକ, ସଚିବ ହଜାର ହଜାର ଟଙ୍କା ଆଦାୟ କରୁଥିବା ସେମାନେ ଅଭିଯୋଗ କରିଥିଲେ । ଅଧିକାରୀମାନେ ୫ରୁ ୧୦ ହଜାର ଟଙ୍କା ପଯ୍ୟନ୍ତ ଲାଞ୍ଚ ନେଉଥିବା ଲୋକେ ଅଭିଯୋଗ କରିଥିଲେ ।

ଗ୍ରାମବାସୀଙ୍କ ଅଭିଯୋଗ ପରେ ବିଏସପି ବିଧାୟିକା ରାମ ବାଇ ସିଂ କହିଛନ୍ତି ଯେ, ‘ଯଦି ସେମାନେ ୧୦୦୦ ଟଙ୍କା ଲାଞ୍ଚ ନେଇଥାନ୍ତେ, ତାହାଲେ କିଛି ବି ଅସୁବିଧା ହୋଇନଥାନ୍ତା । ଅଟାରେ ଲୁଣ ପରି ଲାଞ୍ଚ ତ ଚାଲିବ । କାହାଠାରୁ ପୁରା ଥାଳି ତୁମେ କିପରି ଛଡ଼ାଇପାରିବ? ମୋତେ ଜଣାଅଛି ଯେ ଅନଧେ ରୀ ନଗରରେ ଦୁର୍ନୀତି ଚାଲୁଛି, କିନ୍ତୁ ଏତେ ବୋଲି ଜଣାନଥିଲା । ୧.୨୫ ଲକ୍ଷ ଘରୁ ୫-୧୦ ହାଜର ଟଙ୍କା ଲାଞ୍ଚ ନେବା ଭୁଲ ।’

Get real time updates directly on you device, subscribe now.