fbpx

Income Tax Slab: ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଦରମା ହୋଇଥିଲେ, ଏଣିକି ୧୭,୫୦୦ ନୁହେଁ ୧୮,୨୦୦ କରିପାରିବେ ସଞ୍ଚୟ

ନୂଆଦିଲ୍ଲୀ: ସାଧାରଣ ବଜେଟରେ ନୂତନ ଟିକସ ବ୍ୟବସ୍ଥା ପରିବର୍ତ୍ତନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚାକିରି କରୁଥିବା ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଯଦି ଆପଣଙ୍କ ରୋଜଗାର ୧୦ ରୁ ୫୦ ଲକ୍ଷ ହେଉଥାଏ ତେବେ ଟିକସ ଦେବାରେ ଅଧିକ ଟଙ୍କା ବଞ୍ଚାଇ ପାରିବେ । ବଜେଟରେ ଇନକମ ଟ୍ୟାକ୍ସ ପତିବର୍ତ୍ତନରେ ଏହି ଚର୍ଚ୍ଚା ରହିଛି ଯେ, ଯଦି ଆପଣଙ୍କ ଦରମା ୧୦ ଲକ୍ଷରୁ ଅଧିକ ତେବେ ଆପଣ ୧୭ ହଜାର ୫୦୦ ଟଙ୍କା ସଞ୍ଚୟ କରିପାରିବେ । ଏହି ବିଷୟରେ ଅଧିକ ଜାଣିବା ପାଇଁ ଦେଶର ଲକ୍ଷ ଲକ୍ଷ ଟିକସଦାତା ସିଏ ସହ ଯୋଗାଯୋଗ କରୁଛନ୍ତି । ଯଦି ଆପଣ ମଧ୍ୟ ଟ୍ୟାକ୍ସ ଡିଡକ୍ସନକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

ଯେଉଁ ବ୍ୟକ୍ତିଙ୍କ ଆୟ ୧୦ ଲକ୍ଷ ବା ଏହାଠାରୁ ଅଧିକ, ତେବେ ନୂଆ ଟ୍ୟାକ୍ସ ବ୍ୟବସ୍ଥା ଅନୁଯାୟୀ, ଟ୍ୟାକ୍ସ ସ୍ଲାବରେ କରାଯାଇଥିବା ପରିବର୍ତ୍ତନ ଏବଂ ବଢିଥିବା ଷ୍ଟାଣ୍ଡାର୍ଡ ଡିଡକ୍ସନରେ ବାର୍ଷିକ ୧୭ ହଜାର ୫୦୦ ଟଙ୍କାର ସୁଧ ଲାଭ ପାଇବେ । ହେଲେ ବର୍ତ୍ତମାନ ଆପଣଙ୍କ କର ରିହାତିରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସେସ ମଧ୍ୟ କମିଯାଇଛି, ସେଥିପାଇଁ ଆପଣଙ୍କର ଅତିରିକ୍ତ ୭୦୦ ଟଙ୍କା ସଞ୍ଚୟ ହେବ । ଯେଉଁଥିରେ ସମୁଦାୟ ସେଭିଙ୍ଗ ୧୮ ହଜାର ୨୦୦ ଟଙ୍କା ହୋଇଯିବ ।

ଯଦି ଆପଣଙ୍କ ବାର୍ଷିକ ଆୟ ୫୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ତେବେ ସରଚାର୍ଜରେ ୧୭୫୦ ଟଙ୍କା ସେଭିଙ୍ଗସ ହେବ । ଏଥିରେ ସେସ ସମେତ ଆପଣଙ୍କ ସୁଦ୍ଧ ସେଭିଙ୍ଗ ୨୦ ହଜାର ୦୨୦ ଟଙ୍କା ହୋଇଯିବ । ୧ କୋଟି ଟଙ୍କାରୁ ୨ କୋଟି ଟଙ୍କା ମଧ୍ୟରେ ଆୟ ଉପରେ ୧୫ ପ୍ରତିଶତ ସରଚାର୍ଜ ମୂଲ୍ୟର ଅର୍ଥ ସରଚାର୍ଜ ଏବଂ ସେସ ସମେତ ଆପଣଙ୍କ ସମୁଦାୟ ସଞ୍ଚୟ ୨୦,୯୩୦ ଟଙ୍କା ଅଟେ । ଡେଭିଡେଣ୍ଡ ଏବଂ କ୍ୟାପିଟାଲ ଗେନକୁ ଛାଡି ୨ କୋଟି ଟଙ୍କାରୁ ୫କୋଟି ଟଙ୍କା ମଧ୍ୟରେ ୨୫ ପ୍ରତିଶତ ଅର୍ଥାତ ସମୁଦାୟ ସଞ୍ଚୟ ୨୨,୭୫୦ ଟଙ୍କା ଅଟେ ।

Get real time updates directly on you device, subscribe now.