fbpx

ସଂସଦର ବଜେଟ୍ ଅଧିବେଶନ୍ ଆରମ୍ଭ, ଜାଣନ୍ତୁ ଏହା ପୂର୍ବରୁ କ’ଣ କହିଲେ ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇ ବଜେଟ୍ ଅଧିବେଶନ ଏପ୍ରିଲ ୮ରେ ସରିବ । ଫେବ୍ରୁଆରୀ ୧୧ ଯାଏଁ ପ୍ରଥମ, ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏଁ ଦ୍ୱିତୀୟ ଅଧିବେଶନ ଚାଲିବ । ବଜେଟ୍ ଅଧିବେଶନ ଆରମ୍ଭରେ ସେଣ୍ଟ୍ରାଲ ହଲରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ବଜେଟ ଅଧିବେଶନରେ ସକରାତ୍ମକ ଆଲୋଚନା ହେବାର ଆଶା ରହିଛି । ସମସ୍ତ ସାଂସଦ ମୁକ୍ତ ଭାବେ ଆଲୋଚନା କରନ୍ତୁ ।’

Get real time updates directly on you device, subscribe now.