fbpx

ଆସନ୍ତାକାଲିଠାରୁ ବଜେଟ୍ ଅଧିବେଶନ: ୨୨ରେ ଆଗତ ହେବ ବଜେଟ୍

ଭୁବନେଶ୍ୱର, ୧୭ା୨ (ଓଡିଶା ଭାସ୍କର): କରୋନା କଟକଣା ମଧ୍ୟରେ ଆସନ୍ତାକାଲି ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ତେବେ ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୨୨ ତାରିଖରେ ଆଗତ ହେବ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ ବୋଲି କୁହାଯାଇଛି ।

ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇ ରହିଛି । କୋଟିଆରେ ଆନ୍ଧ୍ରର ନିର୍ବାଚନ, ପରୀ ଓ ଝରାଫୁଲ ହତ୍ୟାକାଣ୍ଡ, ମାହାଙ୍ଗା ହତ୍ୟାକାଣ୍ଡ, ରାଜଧାନୀର ମୁଣ୍ଡବିହୀନ ମୃତଦେହ, ଧାନମଣ୍ଡିରେ ଧାନ ପଡ଼ି ରହିବା ଆଦି ବିଭିନ୍ନ ପ୍ରସଙ୍ଗକୁ ବିରୋଧୀ ଅସ୍ତ୍ର କରିବ । ଏତଦବ୍ୟତୀତ, ପାଠକ ବାପ-ପୁଅ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗ, କାଳିଆ ଟଙ୍କା ହେରଫେର ସହ ବେକାରୀ ସମସ୍ୟା ମଧ୍ୟ ବିରୋଧୀ ଉଠାଇବାର ସମ୍ଭାବନା ରହିଛି ।

ଅପରପକ୍ଷେ ଏନଏମଏର ବାଇ-ଲ’, ତୈଳ ଦର ବୃଦ୍ଧି, ରନ୍ଧନ ଗ୍ୟାସ ବୃଦ୍ଧି ଆଦି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ବିଜେପିକୁ ପ୍ରତିଆକ୍ରମଣ କରିବେ । କେନ୍ଦ୍ର ସରକାରଙ୍କର କୃଷି ଆଇନ ଉପରେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଜୋରଦାର ଲଢ଼େଇ ହେବ । ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ପରିଷଦ ବୈଠକରେ ୧ ଲକ୍ଷ ୭୦ ହଜାର କୋଟିର ଚିଠା ବଜେଟକୁ ଅନୁମୋଦନ ମିଳିସାରିଛି । ବିଧାନସଭା ଅଧିବେଶନରେ କରୋନା କଟକଣାକୁ ମାନିବାକୁ କୁହାଯାଇଛି । ପଜିଟିଭି ଚିହ୍ନଟଙ୍କୁ ବିଧାନସଭାକୁ ପ୍ରବେଶ ନିଷେଧ କରାଯାଇଛି ।

Get real time updates directly on you device, subscribe now.