fbpx

ସରିଲା ବିଧାନସଭାର ବଜେଟ୍‌ ଅଧିବେଶନ; ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କଲେ ବାଚସ୍ପତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶେଷ ହେଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ୨୨,୦୭,୨୦୨୪ଠାରୁ ଆରମ୍ଭ ହୋଇ ୧୧,୦୯,୨୦୨୪ ଅଥବା ଆଜି ଯାଏ ଚାଲିଥିଲା । ଏଥିରେ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନ ସମୟରେ ୨୦୨୪-୨୫ ବର୍ଷର ଆର୍ଥିକ ବଜେଟ ଆସିଥିଲା ।

ଗୃହ କାର୍ଯ୍ୟକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ । ବହୁ ବର୍ଷ ପରେ ପୂର୍ଣ୍ଣକାଳୀନ ଅଧିବେଶନ ଚାଲିଲା । ୨ଟି ବିଲ୍‌ ପାରିତ ହୋଇଛି, ଦ୍ରବ୍ୟ ଓ ସେବାକର ବିଲ୍‌ ସଂଶୋଧିତ । ଓଡ଼ିଶା ବିନିଯୋଗ ବିଲ୍‌ ମଧ୍ୟ ପାରିତ ହୋଇଛି ।

Get real time updates directly on you device, subscribe now.