fbpx

ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାରେ ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣ ଦେଇଛନ୍ତି । ଦିବଂଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଜ୍ୟପାଳ । ଏହା ସହ ସେ କହିଛନ୍ତି ଯେ, ‘କରୋନା ନିୟନ୍ତ୍ରଣରେ ରାଜ୍ୟର ଭୂମିକା ଦେଶରେ ପ୍ରଶଂସନୀୟ । ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଓଡିଶାର କୋଭିଡ ପରିଚାଳନା ଦେଶ ବିଦେଶରେ ଉଦାହରଣ ସୃଷ୍ଟି କରିଛି ।’

ତେବେ ଚଳିତ ବର୍ଷ ପେପରଲେସ ହେବ ଗୃହକାର୍ଯ୍ୟ । ବଜେଟ୍‌ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ । ଏଥିସହ ମୁଲତବୀ ଆଲୋଚନା ବି ହେବ । ଦୈନିକ ୫ଘଣ୍ଟା ଚାଲିବ ଗୃହ ।ସକାଳ ୧୦ଟା ୩୦ରୁ ୧୧ଟା ୩୦ ଯାଏଁ ପ୍ରଶ୍ନକାଳ ଚାଲିବ । ୧୧ଟା ୩୦ରୁ ଶୂନ୍ୟକାଳ ଓ ପରେ ମୁଲତବୀ ପ୍ରସ୍ତାବ ଆଲୋଚନା ହେବ । ଦେଢ଼ଘଣ୍ଟା ଧରି ଆଲୋଚନା ହେବ ମୁଲତବୀ ପ୍ରସ୍ତାବ । ସେଥିରୁ ୫୫ମିନଟ ବିରୋଧୀ ଦଳଙ୍କ ପାଇଁ ରହିଛି । ଦୈନିକ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ସକାଳ ୧୦ଟା ୩୦ରୁ ଦିନ ସାଢ଼େ ଗୋଟାଏ ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ ଗୃହ । ସ୍ବତନ୍ତ୍ର କାର୍ଯ୍ୟଦିବସରେ ରାତି ୭ଟା ପର୍ଯ୍ୟନ୍ତ ଗୃହ ଚାଲିବ ।

Get real time updates directly on you device, subscribe now.