fbpx

ବାଲି, ଇଟା, ଛଡ଼, ସିମେଣ୍ଟ, ଟାଇଲର ଦାମ୍ ବହୁତ କମିଗଲା, ଶସ୍ତାରେ ଘର ନିର୍ମାଣ ସାମଗ୍ରୀ କିଣି ଷ୍ଟକ୍ କରି ରଖନ୍ତୁ

Advertisement

ନୂଆଦିଲ୍ଲୀ: ଯଦି ଆପଣମାନେ ନିଜର ସ୍ୱପ୍ନର ଘର ନିର୍ମାଣକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଏଥିପାଇଁ ଆଉ ବ୍ୟସ୍ତ ହେବାର ନାହିଁ । ଘର ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ସାମଗ୍ରୀର ଦାମ୍ ନିକଟରେ ଖୁବ୍ ହ୍ରାସ ପାଇଛି । ସିମେଣ୍ଟ, ଇଟା, ଲୁହା ରଡ଼ର ଦାମ୍ ଏବେ ଶସ୍ତା ହୋଇଯାଇଛି । ଏହି ସୁବର୍ଣ୍ଣ ସୁଯୋଗ ହୁଏତ ଆଉ ଭବିଷ୍ୟତରେ ଆସି ନପାରେ । ତେଣୁ ଆପଣ ଏବେ କମ୍ ଦରରେ ଏହି ସମସ୍ତ ସାମଗ୍ରୀ କିଣି ଷ୍ଟକ୍ କରି ରଖିପାରିବେ ।

ଦିଲ୍ଲୀରେ ଇଟାର ଦର ପ୍ରତି ହଜାରେ ୟୁନିଟ ପିଛା ୧-୨ ହଜାର ଟଙ୍କା ହ୍ରାସ ଘଟିଛି । ଦିଲ୍ଲୀରେ ବର୍ତ୍ତମାନ ସମୟରେ ଏକ ନମ୍ବର ହଜାରେ ଇଟାର ମୂଲ୍ୟ ୫ ହଜାର ଟଙ୍କା ରହିଛି । ଦୁଇ ନମ୍ବରର ଇଟା ୪ ହଜାର, ନରମ କିସମର ଇଟା ୪ ହଜାର ୭୦୦ ଟଙ୍କା ରହିଛି । ସେହିପରି ଉତ୍ତରପ୍ରଦେଶରେ ହଜାରେ ଇଟାକୁ ୫ ହଜାର ୩୦୦, ହରିୟାଣାରେ ୫ ହଜାର ୫୦୦ ରହିଛି । ଗତମାସରେ ଏହି ଇଟାର ଦର ୬ ହଜାର ଟଙ୍କା ଉପରେ ରହିଥିଲା ।

ଗତ ଦୁଇ ତିନି ସପ୍ତାହରେ ସିମେଣ୍ଟ ମୂଲ୍ୟ ୧ ଶହ ଟଙ୍କା ହ୍ରାସ ଘଟିଛି । ପୂର୍ବରୁ ବିର୍ଲା ଉତ୍ତମ ସିମେଣ୍ଟ ବସ୍ତା ୪୦୦ ଟଙ୍କାରେ ମିଳୁଥିବା ବେଳେ ଏବେ ଏହା ୩୮୦ ଟଙ୍କାକୁ ଖସି ଆସିଛି । ବିର୍ଲା ସମ୍ରାଟ ସିମେଣ୍ଟ ବସ୍ତା ୪୪୦ରୁ ଖସି ୪୨୦, ଏସିସି ୪୫୦ରୁ ଖସି ୪୪୦, ସାଧାରଣ ସିମେଣ୍ଟ ବସ୍ତା ୩୧୫ ଟଙ୍କାରେ ବିକ୍ରି ହେଉଛି ।

ବ୍ୟବସାୟୀଙ୍କ ମତରେ, ପେଟ୍ରୋଲ-ଡିଜେଲ ଦର ହ୍ରାସ ଘଟିବା ପରେ ଘର ନିର୍ମାଣ ସାମଗ୍ରୀ ଦରରେ ହ୍ରାସ ଘଟିପାରେ । ଏବେ ଟାଇଲ୍ସର ଦର ହ୍ରାସ ଘଟି ହଜାରେ ୟୁନିଟ ପିଛା ୫ ହଜାର ୨୦୦ରେ ପହଞ୍ଚିଛି । ଯମୁନା ବାଲି ବର୍ଗଫୁଟକୁ ୩୦ ଟଙ୍କା ଓ ଏକ ନମ୍ବର ଧଳା ଧୂଳିର ମୂଲ୍ୟ ୪୨ ଟଙ୍କା ରହିଛି ।

ଗତ ମାର୍ଚ୍ଚ-ଏପ୍ରିଲରେ ନିର୍ମାଣ ସାମଗ୍ରୀର ଦର ଉଚ୍ଚରେ ରହିଥିଲା । ତେବେ ବର୍ତ୍ତମାନ ଲୁହା ଛଡ଼ର ମୂଲ୍ୟ ପାଖାପାଖି ଅଧା ହୋଇଯାଇଛି । ମାର୍ଚ୍ଚରେ ଛଡ଼ର ମୂଲ୍ୟ ଟନ ପିଛା ୮୫ ହଜାର ରହିଥିବା ବେଳେ ଚଳିତ ସପ୍ତାହରେ ତାହା ୪୪ ହଜାରକୁ ଖସି ଆସିଛି । କେବଳ ଲୋକାଲ ନୁହେଁ, ବ୍ରାଣ୍ଡେଡ ଛଡ଼ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ମାର୍ଚ୍ଚରେ ବ୍ରାଣ୍ଡେଡ ଛଡ଼ର ମୂଲ୍ୟ ଟନ ପିଛା ୧ ଲକ୍ଷ ଟଙ୍କା ରହିଥିବା ବେଳେ ଏବେ ତାହା ୮୦-୮୫ ହଜାରରେ ମିଳୁଛି ।

Get real time updates directly on you device, subscribe now.