fbpx

ଦୁଇ ସିଂହୀଙ୍କୁ ପଛାଡ଼ିଲା ଷଣ୍ଢ, ଗାଁରେ ପଶି କରୁଥିଲେ ଆକ୍ରମଣ: ଦେଖନ୍ତୁ ଭାଇରାଲ ଭିଡିଓ…

ମଣିଷ ସଭ୍ୟତା ବୃଦ୍ଧି ପାଇବା ଯୋଗୁଁ ପଶୁମାନେ ଏବେ ମାନବବସତି ମୁହାଁ ହେଉଛନ୍ତି । ପ୍ରତିବର୍ଷ ଏହା ବୃଦ୍ଧି ପାଇବାରେ ଲାଗିଛି । ଅନେକ ସମୟରେ ଜଙ୍ଗଲୀ ପଶୁମାନେ ଜନବସତି ଅଞ୍ଚଳକୁ ପ୍ରବେଶ କରିବା ସହ ଆତଙ୍କ ଖେଳାଉଥିବାର ଦେଖିବାକୁ ମିଳୁଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜରାଟରେ । ଯେଉଁଠାରେ ଦୁଇଟି ସିଂହୀ ଜନବସତିକୁ ଭିତରକୁ ପ୍ରବେଶ କରୁଛନ୍ତି । କେବଳ ସେତିକି ନୁହେଁ ସେମାନେ ଏକ ଷଣ୍ଢକୁ ଆକ୍ରମଣ କରୁଛନ୍ତି  । ଆଉ ଏହି ଘଟଣାର ଭିଡିଓ ରେକର୍ଡ ହୋଇଛି ସିସିଟିଭିରେ ।

ଜୁନାଗଡ଼ ଦୁଇ ସିଂହ ଜୁନାଗଡ଼ର ମୋଟା ହଦମାଟିଆ ଗାଁର ପ୍ରବେଶ କରିଥିଲେ ଏହି ଦୁଇ ସିଂହୀ । ଭିଡିଓରେ ଦେଖାଯାଉଛି ସିଂହୀ ଦୁଇଟି ଷଣ୍ଢ ଉପରକୁ ଆକ୍ରମଣ କରୁଛନ୍ତି । ହେଲେ ଷଣ୍ଢଟି ଡ଼ରିନାହିଁ ବରଂ ନିଜ ଶିଂଘରେ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଛି । ଅନେକ ଥର ଆକ୍ରମଣ ଉଦ୍ୟମ କରିଥିଲେ ବି ସିଂହୀ ଦୁଇ ସଫଳ ହୋଇନଥିଲେ ଏବଂ ଜିତିଯାଇଥିଲା ବଳଦ, ଆଉ ଫେରିଯାଇଥିଲେ ସିଂହୀ । ଦେଖନ୍ତୁ ଭାଇରାଲ ଭିଡିଓ…

 

Get real time updates directly on you device, subscribe now.