fbpx
BSKY SKY
BSKY SKY

ଖୁବ୍ ଶୀଘ୍ର ଭାରତ ମାଟିରେ ଦୌଡିବ ବୁଲେଟ୍ ଟ୍ରେନ୍: ଏହି ଦୁଇ ରାଜ୍ୟରେ ପ୍ରଥମେ ଆରମ୍ଭ ହେବ ସେବା

BSKY

ନୂଆଦିଲ୍ଲୀ: ଭାରତରେ ଖୁବ୍ ଶୀଘ୍ର ସାକାର ହେବାକୁ ଯାଉଛି ବୁଲେଟ୍ ଟ୍ରେନର ସ୍ୱପ୍ନ । ଏଥିପାଇଁ ଜାପାନର ପ୍ରସିଦ୍ଧ ସିଙ୍କାନେସନ ଟ୍ରେନ ଗୁଡିକରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଉଛି । ଭାରତୀୟ ତାପମାତ୍ରା, ପ୍ରଦୂଷଣ ଏବଂ ଚାପକୁ ହିସାବକୁ ନେଇ ଏହି ଟ୍ରେନର ଡିଜାଇନରେ ପରିବର୍ତ୍ତନ କରାଯାଉଛି । ନ୍ୟାସନାଲ ହାଇସ୍ପିଡ ରେଲ କର୍ପୋରେସନ ଲିମିଟେଡର ନିର୍ଦ୍ଦେଶକ ସତୀଶ ଅଗ୍ନିହୋତ୍ରୀ ଏହି ସୂଚନା ଦେଇଛନ୍ତି । ଗୁଜରାଟ ଅନ୍ତର୍ଗତ ସୁରତ-ବିଲିମୋରା ରୁଟରେ ଏହାର ପ୍ରଥମ ଟ୍ରାଏଲ ଅନୁଷ୍ଠିତ ହେବ । ଏହା ସହିତ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଚଳାଚଳ କରିବ ଦେଶର ସର୍ବପ୍ରଥମ ବୁଲେଟ୍ ଟ୍ରେନ୍ । ୨୦୨୬ରେ ଏହାର ଟ୍ରାଏଲ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଅଗ୍ନିହୋତ୍ରୀ ।

ଅଗ୍ନିହୋତ୍ରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇ-ଅହମ୍ମଦାବାଦ କରିଡର ସମୁଦାୟ ୫୦୨ କିମି ଲମ୍ବା ରହିବ । ଏହା ମଧ୍ୟରୁ ଗୁଜରାଟରେ ୩୫୨ କିମି ଲାଇନ୍ ରହିଥିବା ବେଳେ ଏହା ନିମନ୍ତେ ୯୮.୭ ପ୍ରତିଶତର ଜମି ଅଧିଗ୍ରହଣ ଶେଷ ହୋଇଛି । ଏହି କାର୍ଯ୍ୟର ପ୍ରଗତି ସମ୍ପର୍କରେ ନିୟମିତ ଭାବରେ ରେଳ ମନ୍ତ୍ରୀଙ୍କୁ ଅପଡେଟ୍ ଦିଆଯାଉଥିବା ବେଳେ ଏହାକୁ ପୂରଣ କରିବା ସରକାରଙ୍କ ପ୍ରାଥମିକତା ରହିଛି । ଜାପାନ ରାଜଦୂତ ସାତୋସୀ ସିଜୁକି ମଧ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ନିୟମିତ ସମ୍ପର୍କରେ ରହିଛନ୍ତି । ଏହା ସହିତ ସୁରତ-ବିଲିମୋରିର ୪୮ କିମିର ଟ୍ରାକ୍ ଉପରେ ଡିସେମ୍ବର ୨୦୨୬ରେ ପ୍ରଥମ ବୁଲେଟ୍ ଟ୍ରେନ୍ ଟ୍ରାଏଲ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅଗ୍ନିହୋତ୍ରୀ ।

ଏହି ପ୍ରକଳ୍ପ ପାଇଁ ସମସ୍ତ ଟେଣ୍ଡର ଭାରତୀୟ କମ୍ପାନୀ ମାନଙ୍କୁ ପ୍ରଦାନ କରାଯାଇଛି । ବର୍ତ୍ତମାନ ଏହି ଯୋଜନାରେ ୨୦ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ବୁଲେଟ ଟ୍ରେନରେ ରୋଲିଙ୍ଗ ଷ୍ଟକ୍ ସିଗ୍ନାଲ ସିଷ୍ଟମ ରହିଥିବାରୁ ଏଥିରେ ଦୁର୍ଘଟଣାର ସମ୍ଭାବନା ଶୂନ ବୋଲି କହିଛନ୍ତି ଅଗ୍ନିହୋତ୍ରୀ ।

ଚୁମ୍ବକରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ: କରିଡର ଲମ୍ବ: ୫୦୮.୧୭ କିମି
ସର୍ବାଧିକ ବେଗ: ୩୨୦ କିମି/ଘଣ୍ଟା
ମୁମ୍ବାଇ-ଅହମ୍ମଦାବାଦ ଯାତ୍ରା ସମୟ: ୨.୦୭ ଘଣ୍ଟା(ଲିମିଟେଡ ଷ୍ଟପେଜ)
ମୁମ୍ବାଇ-ଅହମ୍ମଦାବାଦ ଯାତ୍ରା ସମୟ: ୨.୫୮ ଘଣ୍ଟା(ସମସ୍ତ ଷ୍ଟପେଜ)
ସମୁଦାୟ ଷ୍ଟେସନ ସଂଖ୍ୟା: ୧୨( ଗୁଜରାଟ-୮, ମୁମ୍ବାଇ-୪) ।

Get real time updates directly on you device, subscribe now.