ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲିବାଇ ଆପ୍ ମାମଲାରେ ଆସିଛି ବଡ଼ ଖବର । ଏହି ମାମଲାରେ ଓଡ଼ିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଓଡ଼ିଶାରୁ ଜଣକୁ ଗିରଫ ନେଇ ଏଏନଆଇ ସୂତ୍ରରୁ ସୂଚନା ମିଳିଛି ।
ତେବେ ମୁମ୍ବାଇ ପୋଲିସ୍ ର ସାଇବର ସେଲ୍ କୁ ମିଳିଥିବା ଅଭିଯୋଗ ପରଠାରୁ ସାଇବର ସେଲ୍ ଏହି ମାମଲାରେ ଯାଞ୍ଚ ଜାରି ରଖିଛି । ଅଭିଯୋଗ ଅନୁଯାୟୀ ‘ବୁଲିବାଇ’ ଏମିତି ଏକ ଆପ୍ ଯାହାଦ୍ୱାରା ଜଣାଶୁଣା ମୁସଲିମ୍ ମହିଳାଙ୍କ ଫଟୋକୁ ପୋଷ୍ଟ କରାଯାଇ ସେମାନଙ୍କର ନିଲାମୀ କରାଯାଉଥିଲା । ଏହି ମାମଲାରେ ଅନେକ ଲୋକ ପ୍ରଶ୍ନ ଉଠାଇ ଥିଲେ ଏବଂ ଅଭିଯୋଗ କରିଥିଲେ ଯାହାପରେ ମୁମ୍ବାଇ ସାଇବର ସେଲ୍ ଅଜ୍ଞାତ ବ୍ୟକ୍ତିିଙ୍କ ବିରୋଧରେ ଆଇପିସି ଧାରା ୩୫୪ଡି, ୫୦୯, ୫୦୦, ୧୫୩ଏ,୨୯୫ଏ, ୧୫୩ବି, ଆଇଟି ଧାରା ୬୭ ଅନୁଯାୟୀ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା । ଗିଟ୍ ହବ୍ ରେ ବୁଲିବାଇ ତିଆରି କରିଥିବା କ୍ରିଏଟରକୁ ଦିଲ୍ଲୀ ପୋଲିସ୍ ଗିରଫ କରିଛି । ଏହି ମାମଲାରେ ଅଭିଯୁକ୍ତର ନାମ ନୀରଜ ବିଶୋଇ, ଶ୍ୱେତା ସିହ, ବିଶାଳ କୁମାର ଓ ମୟଙ୍କ ରାୱଲକୁ ଗିରଫ କରାଯାଇଛି ।