fbpx

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବମ୍ପର ନିଯୁକ୍ତି ସୁଯୋଗ: ୧୦୦୦ରୁ ଅଧିକ ପଦ ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନୂଆ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ୟାଙ୍କରେ ବମ୍ପର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତିରେ କୁହାଯାଇଛି । ଏହି ଅଭିଯାନରେ ୧୦୦୦ରୁ ଅଧିକ ପଦରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଷ୍ଟେଟ ବ୍ୟାଙ୍କରେ ନିଯୁକ୍ତି ପାଇବା ପାଇଁ ଇଚ୍ଛୁକ ପ୍ରାର୍ଥି ଯଥାଶୀଘ୍ର ଆବେଦନ କରିନେବା ଉଚିତ୍ । ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ ୱେବସାଇଟକୁ ଯାଇପାରିବେ ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏହି ନିଯୁକ୍ତି ପ୍ରକ୍ରିୟା ଜରିଆରେ ୧୧୦୦ରୁ ଅଧିକ ପଦ ପୂରଣ କରାଯିବ । ଏଥିପାଇଁ ଆବେଦନ କରିବା ତାରିଖ ଜୁଲାଇ ୨୪ ତାରିଖରୁ ଅଗଷ୍ଟ ୧୪ ତାରିଖ ରହିଛି । ତେବେ ଇଚ୍ଛୁକ ପ୍ରାର୍ଥିମାନଙ୍କ ହାତରେ ବର୍ତ୍ତମାନ ସମୟ ଖୁବ କମ୍ ରହିଥିବା ବେଳେ ଏହି ଦୁଇ ଦିନ ମଧ୍ୟରେ ସେମାନେ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ଭି.ପି ୱେଲ୍ଥ ରେଗୁଲାର ପାଇଁ ୬୦୦ ପଦବୀରେ ନିଯୁକ୍ତି ପ୍ରଦାନ କରାଯିବ । ସେହିପରି ରିଲେସନସିପ ମ୍ୟାନେଜର ଏଆରଏମ ରେଗୁଲାରରେ ୧୫୦, ରିଲେସନସିପ୍ ମ୍ୟାନେଜର ଏଆରଏମ ବ୍ୟାକଲଗରେ ୧୨୩ ପଦ, ଭିପି ୱେଲ୍ଥ ବ୍ୟାକଲଗରେ ୪୩ ପଦବୀ ପାଇଁ ପିଯୁକ୍ତି ଦେବ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ।

ଏହାବ୍ୟତୀତ ଇନଭେଷ୍ଟମେଣ୍ଟ ଏକ୍ସପର୍ଟ ରେଗୁଲାର ପଦବୀରେ ୩୦ ଜଣଙ୍କୁ ନିଯୁକ୍ତି ସୁଯୋଗ ରହିଥିବା ବେଳେ ଇନଭେଷ୍ଟମେଣ୍ଟ ଅଫିସର ରେଗୁଲାର ପାଇଁ ୨୩, ରିଲେସନସିପ୍ ମ୍ୟାନେଜର-ଟିମ୍ ଲିଡ୍ ରେଗୁଲାରରେ ୨୧ ଏବଂ ରିଲେସନସିପ୍ ମ୍ୟାନେଜର-ଟିମ୍ ଲିଡ୍ ବ୍ୟାକଲଗରେ ୧୧ଟି ପଦବୀରେ ନିଯୁକ୍ତି ପ୍ରଦାନ କରାଯିବ । ଅନ୍ୟ ପକ୍ଷରେ ରିଜିଓନାଲ ହେଡ୍ ବ୍ୟାକଲଗ୍ ପାଇଁ ୪ଟି ପଦରେ ନିଯୁକ୍ତି ସୁଯୋଗ ରହିଥିବା ବେଳେ ରିଜିଓନାଲ ହେଡ୍ ରେଗୁଲାର, ସେଣ୍ଟ୍ରାଲ ରିସର୍ଚ୍ଚ ଟିମ୍ ରେଗୁଲାର, ସେଣ୍ଟ୍ରାଲ ରିସର୍ଚ୍ଚ ଟିମ୍ ରେଗୁଲାର ଏବଂ ପ୍ରୋଜକ୍ଟ ଡେଭଲପମେଣ୍ଟ ମ୍ୟାନେଜର ରେଗୁଲାର ଇତ୍ୟାଦିରେ ପଦବୀ ପାଇଁ ୨ ଜଣ ଲେଖାଏଁ ପ୍ରାର୍ଥୀ ନିଯୁକ୍ତି ପାଇପାରିବେ । ଅଭିଯାନ ପ୍ରୋଜେକ୍ଟ ଡେଭଲପମେଣ୍ଟ ମ୍ୟାନେଜର ରେଗୁଲାର ପଦବୀରେ ମଧ୍ୟ ଜଣେ ପ୍ରାର୍ଥିଙ୍କୁ ନିଯୁକ୍ତି ଦେବ ଭାରତୀୟ ଷ୍ଟେଟ ବ୍ୟାଙ୍କ ।

ଏହି ନିଯୁକ୍ତି ପ୍ରକ୍ରିୟାରେ ଆବେଦନ କରିବା ପାଇଁ ପ୍ରାର୍ଥିଙ୍କୁ ଆବେଦନ ଶୁଳ୍କ ପ୍ରଦାନ କରିବାକୁ ହେବ । ଆବେଦନ କରୁଥିବା ପ୍ରାର୍ଥି ସାଧାରଣ/ଇଡବ୍ଲୁଏସ/ଓବିସି ବର୍ଗର ଅଧୀନରେ ଥିଲେ, ସେମାନଙ୍କ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଏସସି, ଏସଟି ଏବଂ ଦିବ୍ୟାଙ୍ଗ ପ୍ରାର୍ଥିଙ୍କ ମାଗଣାରେ ଆବେଦନ କରିପାରିବେ ।

Get real time updates directly on you device, subscribe now.