fbpx
BSKY SKY
BSKY SKY

ହୋଲି ସେଲ୍‌ରେ ବମ୍ପର ଅଫର: ୭,୫୦୦ଟଙ୍କା ପର୍ଯ୍ୟନ୍ତ ରିହାତି, ଫୋନ୍ ସହିତ ଏହିସବୁ ସାମଗ୍ରୀ ଶସ୍ତା

BSKY

ନୂଆଦିଲ୍ଲୀ:ହୋଲିରେ ବମ୍ପର ସେଲ୍ ଆରମ୍ଭ ହୋଇଯାଇଛି । ଏଥର କେବଳ ଫ୍ଲିପକାର୍ଟ ଓ ଆମାଜନ୍ ନୁହେଁ ବରଂ ବହୁ ପ୍ଲାଟଫର୍ମ ହୋଲିରେ ବମ୍ପର ସେଲ୍ ଆରମ୍ଭ କରିଛନ୍ତି । ଏହି ସେଲ୍‌ରେ ବହୁ ଜୋରଦାର ଅଫର, ଡିଲ୍‌, ଡିସ୍‌କାଉଣ୍ଟ ଓ କ୍ୟାସ୍‌ବ୍ୟାକ ରହିଛି । ଏହାସହିତ ୟୁଜର୍ସଙ୍କୁ ଜବରଦସ୍ତ ବ୍ୟାଙ୍କ ଅଫର୍ସ ମଧ୍ୟ ମିଳୁଛି । ଏହି ସେଲ୍‌ରେ ସ୍ମାର୍ଟଫୋନ୍‌, ସ୍ମାର୍ଟ ଟିଭି, ସ୍ପିକର, ଏସି, ଲାପଟପ୍ ଆଦି ରିହାତି ମୂଲ୍ୟରେ ମିଳୁଛି । ଏଠାରେ ଗ୍ରାହକ ୬୦% ପର୍ଯ୍ୟନ୍ତ ରିହାତି ଓ ୭,୫୦୦ଟଙ୍କାର ବ୍ୟାଙ୍କ ଅଫର୍ସର ଫାଇଦା ଉଠାଇପାରିବେ ।

ରିଲାଏନ୍ସ ଡିଜିଟାଲର ଅନଲାଇନ୍ ପ୍ଲାଟଫର୍ମରେ ହୋଲିକୁ ନେଇ ଏବେ ସ୍ପେସିଆଲ୍ ସେଲ୍ ଜାରି ରହିଛି । ଏହି ସେଲ୍‌ର ନାମ ହୋଲି ସ୍ପେସିଆଲ ଅଫର ରହିଛି । ଏହି ସେଲ୍‌ରେ ସର୍ବାଧିକ ୭,୫୦୦ ଟଙ୍କାର ତତ୍କାଳ ରିହାତି ରହିଛି । ଏଥିପାଇଁ ଆପଣ କେତେକ ନିର୍ଦ୍ଧିଷ୍ଟ ବ୍ୟାଙ୍କର କାର୍ଡ କିମ୍ବା OneCard ବ୍ୟବହାର କରିପାରିବେ ।

ରିଲାଏନ୍ସ ଡିଜିଟାଲର ଅନଲାଇନ୍ ପ୍ଲାଟଫର୍ମରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଲାପଟପ ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ସେହିପରି କୁଲର ଉପରେ ୪୫% ରିହାତି ପାଇପାରିବେ ।

ସେହିପରି Realme India ୱେବସାଇଟ୍‌ରେ ସେଲ୍‌ର ଆରମ୍ଭ ହୋଇଛି । ଏହି ସେଲ୍‌ର ନାମ Realme Holi ୨୦୨୪ ରହିଛି । ଏହି ସେଲ୍‌ରେ ଆପଣ ବିଭିନ୍ନ ସାମଗ୍ରୀରେ ୫,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏହି ସେଲ୍‌ରେ ଲାଟେଷ୍ଟ ସ୍ମାର୍ଟଫୋନ୍ ବି ସାମିଲ ରହିଛି ।

Get real time updates directly on you device, subscribe now.