fbpx

(Video) ହାଫ ପ୍ୟାଣ୍ଟ ପିନ୍ଧି ବୁଲୁଥିଲା, ବିନା ଚପଲରେ ଲୁଟୁଥିଲା: ଧରାପଡିଲା କୋଟିପତି ଚୋର

ଭୁବନେଶ୍ୱର: ରାଜଧାନୀରେ ଧରାପଡିଛି କୋଟିପତି ଲୁଟେରା। ରାତି ପହିଲେ ଟଙ୍କା ଚୋରି କରି, ଲୁଟ ଟଙ୍କାରେ ସେଭେନ ଷ୍ଟାର ହୋଟେଲରେ ରାତି ବିତାଉଥିଲା । ବାର ପବରେ ଟଙ୍କା ଉଡାଉଥିଲା । ୫୦ ରୁ ଉର୍ଦ୍ଧ କେସରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପର୍ଶୁରାମ ଗିରିକୁ ଗିରଫ କରିଛି କମିଶନରେଟ ପୋଲିସ । ପର୍ଶୁରାମର ଘର ବାଲେଶ୍ଵର ଜିଲ୍ଲା ସୋର । ଭୁବନେଶ୍ୱରର ବଡ଼ଗଡ଼, ପାହାଳ, ମଞ୍ଚେଶ୍ୱର, ଲିଙ୍ଗରାଜ, ଶହୀଦନଗର ଥାନାରେ ଅଭିଯୁକ୍ତ ନାଁରେ ୨୧ ଟି କେସ ରହିଛି। ଅଭିଯୁକ୍ତ ଠାରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ ହୋଇଛି, ଯେପରିକି ୨୧ ଲକ୍ଷ ଟଙ୍କା, ୭ ଶହ ଗ୍ରାମ ସୁନା, ୭ କେଜି ରୂପା ଜବତ କରାଯାଇଛି । କୁହାଯାଉଛି ଯେ ବିଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ଚୋରି ସମ୍ପତ୍ତି ଜବତ କରାଯାଇଛି ।

ସେପଟେ ଅଭିଯୁକ୍ତର ଷ୍ଟାଇଲ ଦେଖି ତାଯୁବ ହୋଇଛି ପୋଲିସ। ଲୁଟ ଟଙ୍କାରେ ଅଭିଯୁକ୍ତ ଜଣଙ୍କ ଗୋଆ, ମୁମ୍ବାଇ, କୋଲକାତା ବୁଲୁଥିଲା । ତାଜ ଭଳି ସେଭେନ ଷ୍ଟାର ହୋଟେଲରେ ରାତି ବିତାଉଥିଲା । ଭୁବନେଶ୍ୱର ବଡ଼ଗଡ଼ରେ ୫ଟି ଫ୍ଲାଟ କରି ଭଡାରେ ଦେଇଥିଲା ଲୁଟେରା। ନିଜ ଗାଁ ସୋର ରେ ମଧ୍ୟ ଅଭିଯୁକ୍ତର ଘର ରହିଛି । LIC ରେ ଲକ୍ଷାଧିକ ଟଙ୍କା ରଖିଥିବା ମଧ୍ୟ ଜାଣିବାକୁ ପାଇଛି ପୋଲିସ। ନବମ ଶ୍ରେଣୀ ପାଠ ପଢିଥିବା ଏହି ଅଭିଯୁକ୍ତ ସିସିଟିଭିକୁ ମଧ୍ୟ ଖାତିର କରୁନଥିଲା। ଦେଖନ୍ତୁ ସିସିଟିଭିରେ କଏଦ ହୋଇଥିବା ଏ ଦୃଶ୍ୟ । ଜଗନ୍ନାଥ ନଗର ଓ ପ୍ରାଚୀ ବିହାର ରୁ ଲୁଟ ବେଳର ଏ ଦୃଶ୍ୟ। ସେପଟେ ଅଭିଯୁକ୍ତକୁ ଧରିବା ପରେ କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ ।

Get real time updates directly on you device, subscribe now.