fbpx

ଇଣ୍ଡିଆନ ଅଏଲ ପକ୍ଷରୁ ବମ୍ପର ନିଯୁକ୍ତି : 400ରୁ ଅଧିକ ପଦବୀ ରହିଛି ଖାଲି

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍‌ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏଠାରେ ପ୍ରାର୍ଥୀ ଆପ୍ରେଣ୍ଟିସ ପଦବୀ ପାଇଁ ଆବେଦନ କରିପାରିବେ । ଏହି ସରକାରୀ ଚାକିରି ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା କାଲି ଆବେଦନର ଶେଷ ତାରିଖ ଅଟେ । ଇଚ୍ଛୁକ ପ୍ରାର୍ଥୀ IOCL ର ଅଫିସିଆଲ ୱେବସାଇଟ୍‌ କୁ ଯାଇ ଆବେଦନ କରିପାରିବେ । ୧୦ମ କିମ୍ବା ସ୍ନାତକ କରିଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଆସନ୍ତାକାଲି ଅଥବା ୧୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ରହିଛି ।

ପଦବୀ ବିବରଣୀ :୪୯୦
ଟେକ୍ନିସିଆନ
ଟ୍ରେଡ ଅପାରଣ୍ଟିସ
ଆକାଉଣ୍ଟସ ଏଗଜିକ୍ୟୁଟିଭ

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୦ ସେପ୍ଟେମ୍ବର ୨୦୨୩ ଅର୍ଥାତ ଆସନ୍ତାକଲି ପର୍ଯ୍ୟନ୍ତ ରହିଛି ।
ଏହି ଭର୍ତ୍ତି ତାମିଲନାଡୁ, ପଡୁଚେରୀ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପାଇଁ ହେବ ।

ଶିକ୍ଷାଗତ ଯୋଗ୍ୟତା : ଟ୍ରେଡ ଆପ୍ରେଣ୍ଟିସ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ୍‌ କରି ଆଇଟିଆଇ କରିଥିବା ଜରୁରୀ ।
ଟେକ୍ନିସିଆନ ଅପାରଣ୍ଟିସ ପଦବୀ ପାଇଁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସହିତ ଇଂଜିନିୟରିଂ ସମ୍ବନ୍ଧୀୟ ବିଷୟରେ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : IOCL ରେ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ । ଅନୁସୂଚିତ ଜାତି/ଜନଜାତି ଏବଂ ଓବିସି ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍‌ ରହିଛି ।

କିପରି କରିବେ ଆବେଦନ :
ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ www.iocl.com କୁ ଯାଆନ୍ତୁ ।
ଏହାପରେ ହୋମ ପେଜରେ ଆପ୍ରେଣ୍ଟିସ ଟାବ୍‌ରେ କ୍ଲିକ୍‌ କରନ୍ତୁ ।
ଆବେଦନ ଫର୍ମ ପୂରଣ କରନ୍ତୁ ।
ସମସ୍ତ ଆବଶ୍ୟକ ଦସ୍ତାବିଜ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଫର୍ମ ଜମା କରିବା ପରେ ଭବିଷ୍ୟ ପାଇଁ ଏକ ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌ ଚେକ କରନ୍ତୁ : 

IOCL Recruitment 2023, Apply Online for 490 Posts

 

Get real time updates directly on you device, subscribe now.