fbpx

କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତିର ବଡ଼ ସୁଯୋଗ: ଓଡ଼ିଶାର ଏହି ସବୁ ସ୍ଥାନରେ ହେବ ଇଣ୍ଟରଭ୍ୟୁ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଅନୁଯାୟୀ ଦେଶ ତମାମ କେନ୍ଦ୍ରୀୟ ବିଦ୍ୟାଳୟରେ ଟିଚିଂ ଏବଂ ନନ ଟିଚିଂ ଷ୍ଟାଫ୍ ପଦରେ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ କେଭିଏସର ଅଫିସିଆଲ ୱେବସାଇଟ www.kvsangathan.nic.in କୁ ଯାଇ ଆବେଦନ କରିପାରିବେ । ୱାକ୍ ଇନ ଇଣ୍ଟରଭ୍ୟୁ ଦ୍ୱାରା ଏହି ପଦରେ ନିଯୁକ୍ତି କରାଯିବ ।

ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ପିଆରଟି, ଟିଜିଟି, ପିଜିଟି, ଯୋଗ ଶିକ୍ଷକ, ସ୍ପୋର୍ଟସ ଟିଚର, ଡାନ୍ସ/ମ୍ୟୁଜିକ୍ ଟିଚର, ସ୍ପେଶାଲ ଏଜୁକେଟର, କମ୍ପୁଟର ଇନଷ୍ଟ୍ରକ୍ଟର, କନ୍ସଲଣ୍ଟାଣ୍ଟ, ନର୍ସ, ଡାକ୍ତର, ଡିଇଓ ପଦ ପାଇଁ ନିଯୁକ୍ତି ରହିଛି । ତେବେ ଆଶାୟୀଙ୍କୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

ଏହି ସବୁ ସ୍ଥାନରେ କେଭିଏସରେ ରହିଛି ଖାଲି ପଦବୀ:

କେନ୍ଦ୍ରୀୟ ବିଦ୍ୟାଳୟ ଆରକେପୁରମ, କୋଲକାତା, ଦିଲ୍ଲୀ, ଅମ୍ବାଲା କ୍ୟାଣ୍ଟ, ଜମ୍ମୁ ସହ ଓଡ଼ିଶାର ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆବେଦନ କରାଯାଉଛି । ରାୟଗଡ଼ାରେ ଇଣ୍ଟରଭ୍ୟୁ ତାରିଖ ୧୮ ମାର୍ଚ୍ଚ ରହିଛି ।

ଯୋଗ୍ୟତା:

ପିଜିଟି-ବିଏଡ ସହ ପ୍ରାସଙ୍ଗିକ ବିଷୟରେ ୫୦% ଅଙ୍କ ସହ ପୋଷ୍ଟ ଗ୍ରାଜୁଏଟ ହେବା ଦରକାର

ଟିଜିଟି-ପ୍ରାସଙ୍ଗିକ ବିଷୟରେ ୫୦% ଅଙ୍କ ସହ ଗ୍ରାଜୁଏଟ ଏବଂ ବି.ଏଡ୍ ଡିଗ୍ରୀ ହେବା ଆବଶ୍ୟକ ଏହା ସହ ସିଟିଇଟି ଉତୀର୍ଣ୍ଣ ହୋଇଥିବା ଆବଶ୍ୟକ

ପିଆରଟି- ଆଶାୟୀଙ୍କୁ ୫୦% ଅଙ୍କ ସହ ଦ୍ୱାଦଶ ପାସ ହୋଇଥିବା ଆବଶ୍ୟକ ଏହା ସହ ବୈଷୟିକ ଟିଚିଂ ଟ୍ରେନିଂ ରେ ଡିପ୍ଲୋମା କିମ୍ବା ଏଲିମେଣ୍ଟାରୀ ଏଜୁକେସନରେ ଗ୍ରାଜୁଏଟ କିମ୍ବା ଡିପ୍ଳୋମା ଥିବା ଦରକାର ।

ଏଭଳି ରହିବ ଦରମା:

ପିଜିଟି-୩୨୫୦୦/-

ଟିଜିଟି-୩୧୨୫୦/-

ପିଆରଟି-୨୬୨୫୦/-

ନର୍ସ-୭୫୦ ପ୍ରତିଦିନ

କୋଚ୍-୨୬୨୫୦/-

କମ୍ପ୍ୟୁଟର ଇନଷ୍ଟ୍ରକ୍ଟର- ୨୬୨୫୦/-

ଏହ ଛଡ଼ା ଆଶାୟୀ ଏହି ଲିଙ୍କ ଦ୍ୱାରା ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ । https://rayagada.kvs.ac.in/sites/default/files/Walk-in-Interveiw-22-23-Final_1.pdf

 

Get real time updates directly on you device, subscribe now.