fbpx

ଏ ସୁସ୍ୱାଦୁ ଖାଦ୍ୟ କିଏ ଖାଇବ? ଭୋଟ ଗଣତି ପୂର୍ବରୁ ଛଣା ସରିଲାଣି ବୁନ୍ଦୀ ଆଉ ପୁରୀ, ଦେଖାଯାଉ କିଏ ଜିତୁଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆରମ୍ଭ ହୋଇଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ସଦସ୍ୟ ରିପୋର୍ଟ ମୁତାବକ, ରାଜ୍ୟର ଗୋଟିଏ ବିଧାନସଭା ଆସନରେ ବିଜେଡି ଆଗରେ ରହିଛି । ୭୦ଟି ଭୋଟ ଗଣତି କେନ୍ଦ୍ରରେ ୨.୫ କୋଟି ଭୋଟ ଗଣତି କରାଯିବ । ୬୯ଟି କେନ୍ଦ୍ରରେ ଇଭିଏମ୍ ଓ ବାଲାଟ ଏବଂ ଗୋଟିଏ ସେଣ୍ଟରରେ କେବଳ ପୋଷ୍ଟାଲ ବାଲାଟ ଗଣନା କରାଯିବ ।

ତେବେ କେଉଁ ଆସନରୁ କିଏ ବାଜିମାତ୍ କରିବ ସେନେଇ ଭୋଟରଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସାଧାରଣ ଭାବେ ନିର୍ବାଚନ ପରେ ବିଜୟୀ ଦଳର ନେତା ଓ କର୍ମୀମାନେ ବାଣ ଫୁଟାଇ, ମିଠା ବାଣ୍ଟି, ନାଚିଗାଇ ଖୁସି ମନାଇଥାନ୍ତି । ତେଣୁ ଜିତିବା ପୂର୍ବରୁ ଏବେ ବୁନ୍ଦି ଓ ପୁରୀ ଛଣା ସରିଲାଣି । ଏନେଇ ଦୁଇଟି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କେଉଁ ଦଳ ତରଫରୁ ଏହି ପୁରୀ ଓ ବୁନ୍ଦି ଛଣାଯାଇଛି ତାହା ଉଲ୍ଲେଖ କରାଯାଇନାହିଁ । ମାତ୍ର ଜିତିବା ପରେ ଏହାକୁ ଯେ ବଣ୍ଟନ କରାଯିବ ତାହା ସ୍ପଷ୍ଟ ହୋଇଛି । ତେଣୁ ଜିତିବା ପରେ ବୁନ୍ଦି ଆଉ ପୁରୀ ଖାଇବାକୁ ଏବେଠାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି ।

Image

Get real time updates directly on you device, subscribe now.