ଓଡ଼ିଶା ଭାସ୍କର: ଭାରତରେ ଦୀପାବଳିର ପର୍ବ ଖୁବ ଧୁମଧାମର ସହ ପାଳନ କରାଯାଇଥାଏ। ଘର ଭିତରେ ଲୋକେ ଦୀପ ଜଳାନ୍ତି। ସେହିପରି ଅନ୍ୟପଟେ ଲୋକେ ଦୀପାବଳି ଦିନ ବାଣ ଫୁଟାଇବାକୁ ଖୁବ ପସନ୍ଦ କରିଥାଆନ୍ତି। ହେଲେ ଯଦି ଆପଣ ମଧ୍ୟ ଏହି ଦୀପାବଳିରେ ବାଣ ଫୁଟାଇବାକୁ ଭାବୁଛନ୍ତି ତେବେ ଜାଣି ରଖନ୍ତୁ ଏହାର କ୍ଷତି ବିଷୟରେ..
ରିସର୍ଚ୍ଚରୁ ଖୁଲାସା: ଭାରତର ଅନେକ ରାଜ୍ୟରେ ବାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବାଣ ଫୁଟାଇବାରେ ଆପଣଙ୍କ ହୃଦୟ ଏବଂ ମସ୍ତିଷ୍କ ସ୍ୱାସ୍ଥ୍ୟ ଖରାପ ଭାବେ ଡ୍ୟାମେଜ ହୋଇପାରେ। ବାଣ ଫୁଟାଇବାରେ ସଲଫର, ଜିଙ୍କ, କପର, ସୋଡିୟମ ଭଳି ହାନିକାରକ କେମିକାଲ୍ସ ବାୟୁକୁ ଯାଏ, ଯାହା ଆପଣଙ୍କ ଫୁସଫୁସକୁ ଅଧିକ କ୍ଷତି ପହଞ୍ଚାଇଥାଏ। ଏତିକି ନୁହେଁ ବାଣ ଫୁଟାଇବା ଆପଣଙ୍କ ନିଶ୍ୱାସରେ ବାଧା ଉପୁଯାଇଥାଏ।
ହୋଇପାରେ ଏହି ଭୟଙ୍କର ରୋଗ: ବାଣ ଫୁଟାଇବା ପରେ ବାୟୁରେ ରିଲିଜ ହେଉଥିବା କେମିକାଲ୍ସ କ୍ୟାନ୍ସର ଭଳି ଭୟଙ୍କର ଏବଂ ପ୍ରାଣହାନି ରୋଗର କାରଣ ମଧ୍ୟ ହୋଇପାରେ। ଏହା ବ୍ୟତୀତ ଆପଣଙ୍କ ଆଖିରେ କଷ୍ଟ ଭଳି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ବାଣ ଆପଣଙ୍କ ହାର୍ଟ ପାଇଁ ମଧ୍ୟ ଭୟଙ୍କର ପ୍ରମାଣିତ ହୋଇପାରେ। ବାଣ ଫୁଟିବାରେ ବାୟୁ ପ୍ରଦୂଷଣ ବଢିଥାଏ, ଯାହା ବ୍ରେନ ଷ୍ଟ୍ରୋକ ଭଳି ଭୟଙ୍କର ରୋଗର ମୁଖ୍ୟ କାରଣ ହୋଇପାରେ।