fbpx

ତାମ୍ବିପଦ ଛକ ନିକଟରେ ବରଯାତ୍ରୀ ଦୁର୍ଘଟଣା ଗସ୍ତ: ଜଣେ ଗୁରୁତର, ଏକାଧିକ ଆହତ

ବଲାଙ୍ଗୀର (ଭାସ୍କର ନ୍ୟୁଜ୍): ବରଯାତ୍ରୀଙ୍କୁ ନେଇ ଘରୁକୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା। ଦ୍ରୁତ ଗତିରେ ବସକୁ ଚଳାଉଥିବାରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲା ଡ୍ରାଇଭର। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲାଗଲା ବସ। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଥିବା ବେଳେ ୪ରୁ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲ୍ଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ନାନ୍ଦୁପଲା ଅନ୍ତର୍ଗତ ତାମ୍ବିପଦ ଛକ ନିକଟରେ ଘଟିଛି। ବସ୍ ଛାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି।

ସୂଚନା ମୁତାବିକ, ରବିବାର ଓଏସ୍‌ଆରଟସି( ଓଡ଼ି୦୨ଏଚ୍ ୨୧୫୮) ଏକ ବରଯାତ୍ରୀ ବସ୍ ବଲାଙ୍ଗୀର ତୁଲସୀନଗରରୁ ହରିଶଙ୍କକୁ ୫୦ରୁ ୬ହ ଯାତ୍ରୀଙ୍କୁ ନେଇ ଯାଇଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ବାହାଘଣ ସରିବା ପରେ ହରିଶଙ୍କରୁ ବଲାଙ୍ଗୀର ଫେରିବା ବେଳେ ବସ୍ ଚାଳକ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ ଚଳାଉଥିବାରୁ ଭାରସାମ୍ୟ ହରାି ଦୁର୍ଘଟଣା ଘଟିଥିଲା। ଏନେଇ ବସ୍‌ରେ ଥିବା ଯାତ୍ରୀମାନେ ଅଭିଯୋଗ କରିଥିଲାେ। ତେବେ ଏହି ଦୁର୍ଘଟଣାରେ  ଜଣେ ବୃଦ୍ଧା ଗୁରୁତର ହୋଇଥିବା ବେଳେ ୪ରୁ ୬ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ହରିଶଙ୍କର ଫାଣ୍ଡି ଅଧିକାରୀ ସାବନ କେରକେଟା ଓ ତାଙ୍କ ଟିମ ସହିତ ଖପ୍ରାଖୋଲ ଅଗ୍ନିଶମ ଦଳ ଦୁର୍ଘଟଣା ସ୍ଥଳକୁ ପହଞ୍ଚିଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ପହଞ୍ଚାଇବାର ବ୍ୟବସ୍ଥା କରିଥିବାବେଳେ ବାକି ବରାତିଙ୍କୁ ବଲାଙ୍ଗୀର ପଠାଇବାର ବ୍ୟବସ୍ଥା କରାଯାଇଥିଲା ବୋଲି ଖପ୍ରାଖୋଲ ଥାନାଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

 

 

Get real time updates directly on you device, subscribe now.