fbpx
BSKY SKY
BSKY SKY

ରାସ୍ତା ଉପରେ ଜଳିଗଲା ବସ: ବର୍ତ୍ତିଲେ ୩୦ ଯାତ୍ରୀ

BSKY

କନ୍ଧମାଳ, ୧୧ା୧ (ଓଡିଶା ଭାସ୍କର): ଏକ ଚଳନ୍ତା ବସରେ ହଠାତ ନିଆଁ ଲାଗିଥିଲା, ଫଳରେ ବସଟି ହୁତୁହୁତୁ ହୋଇ ଜଳି ଉଠିଥିଲା । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ଏହି ଘଟଣା ଘଟିଛି । ତେବେ ରୁଦ୍ରକାଳୀ ନାମକ ଏହି ବସରେ ମୋଟ ୩୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।

ଏହି ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବସଟି ସକାଳୁ କଳାହାଣ୍ଡି ଜିଲ୍ଲାର ଏମ. ରାମପୁରରୁ ଭଞ୍ଜନଗର ଅଭିମୁଖେ ବାହାରିଥିଲା । ଧୁଙ୍ଗିଆଦିଆ ନିକଟରେ ହଠାତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିଲା । ହଠାତ ନିଆଁ ଲାଗିଯିବାରୁ ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇ ବସରୁ ଓହ୍ଲାଇ ପଡ଼ିଥିଲେ, ମାତ୍ର ବସରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡରେ ଜଣେ ଯୁବତୀଙ୍କ ସାର୍ଟିଫିକେଟ, ଟଙ୍କା, ମୋବାଇଲ ଜଳି ପାଉଁଶ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.