ନୂଆଦିଲ୍ଲୀ: ୟୁପିଏସସିର ଇଚ୍ଛୁକ ପ୍ରାର୍ଥୀ ଜୋର ସୋରରେ ପରୀକ୍ଷା ପାଇଁ ନିଜର ପ୍ରସ୍ତୁତି ଚଳାଇଛନ୍ତି। ତେବେ ୟୁପିଏସସି ପରୀକ୍ଷା ପାସ କରିଥିବା ଆଇଏଏସ ଏବଂ ଆଇପିଏସ ଅଧିକାରୀ ନିଜର ସଫଳତା କାହାଣୀ ଗୁଡିକର ବିଶ୍ଳେଷଣ କରି ଆଗାମୀ ପିଢିର ପ୍ରାର୍ଥୀଙ୍କୁ ସାହସ ଦେଇଥାଆନ୍ତି। ତେବେ ଏଭଳି ଏକ ଆଇଏଏସ ଅଧିକାରୀ ଅଛନ୍ତି ଯିଏ ଜଣେ ବସ୍ ଡ୍ରାଇଭରର ଝିଅ ହୋଇ, ଏହି ପରୀକ୍ଷାକୁ ପାସ କରିଛନ୍ତି। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି, ଆଇଏଏସ ପ୍ରିତି ହଡ୍ଡା। ସେ ଆର୍ଥିକ ଅଭାବର ସାମ୍ନା କରି ଆଇଏଏସରେ ସାମିଲ ହେବାର ନିଜର ଲକ୍ଷ୍ୟକୁ ପୂରଣ କରିବା ଲାଗି ସମସ୍ତ ବାଧା-ବିଘ୍ନକୁ ପାର କରିଛନ୍ତି।
ପ୍ରୀତିଙ୍କ ପରିବାର ହରିୟାଣାର ବହାଦୂରଗଢର ଅଟନ୍ତି ଏବଂ ତାଙ୍କ ବାପା ଦିଲ୍ଲୀ ପରିବହନ ନିଗମରେ ବସ୍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ପ୍ରୀତିଙ୍କ ପାଖରେ ୟୁପିଏସସି ପାଇଁ ଉତ୍ତମ ପ୍ରସ୍ତୁତିର ଯୋଜନା ଥିଲା ଏବଂ ସେ ହିନ୍ଦୀରେ ପଢିବାକୁ ନିଷ୍ପତ୍ତି ନେଇଥିଲେ। ସେ ହିନ୍ଦୀକୁ ଅପସନାଲ ବିଷୟ ଭାବେ ଚୟନ କରିଥିଲେ। ୟୁପିଏସସି ପରୀକ୍ଷାରେ ପ୍ରୀତିଙ୍କ ପ୍ରଥମ ପ୍ରୟାସ ବିଫଳ ଥିଲା। ଏହାପରେ ପ୍ରୀତି ହାର ମାନିନଥିଲେ ଏବଂ ଦ୍ୱିତୀୟ ଥର ପରୀକ୍ଷା ଦେଇ ବିଜୟ ହାସଲ ୨୦୧୭ ମସିହା କରିଥିଲେ।
ପ୍ରୀତି ହଡ୍ଡା ୟୁପିଏସସି ପରୀକ୍ଷା ପାଇଁ ପଢିବାର ଏକ ନୂଆ ଉପାୟ ଆପଣେଇ ଥିଲେ ଏବଂ ଏଥିରେ ତାଙ୍କୁ ମଜା ବି ଆସୁଥିଲା। ସେ କହୁଥିଲେ ଯେ, ୧୦ ଘଣ୍ଟା ପର୍ଯ୍ୟନ୍ତ ଭାବିଚିନ୍ତି ପଢିବା ଏବଂ ଦିଗ-ନିର୍ଦ୍ଦେଶ ପ୍ରାପ୍ତ କରି କରିବା ଆବଶ୍ୟକ। ତାଙ୍କ କହିବାନୁଯାୟୀ, ପ୍ରସ୍ତୁତି ସହ ମନୋରଞ୍ଜନ ମଧ୍ୟ ସେତିକି ଆବଶ୍ୟକ। ବହୁତ ବହି ପଢିବା ପରିବର୍ତ୍ତେ, ଆପଣଙ୍କୁ ପୂରା ଆତ୍ମବିଶ୍ୱାସ ସହ ପାଠ୍ୟକ୍ରମକୁ ପୂରା କରିବା ଆବଶ୍ୟକ ଏବଂ ରିଭିଜନ ମଧ୍ୟ ଆବଶ୍ୟକ।